ମାଟି ଘର
ମାଟି ଘର
ଦେଖରେ ଦେଖ ମାଟିର ଘର,
ମାଟିରେ କାନ୍ଥ ଚାଳ ଛପର ।
ଛପର ଅଛି ନାନା ପ୍ରକାର
ଟାଇଲ ଟିଣ ଅବା ଖପର ।
ଆହୁରି ଅଛି ପାଳ ଛପର ,
ଦେଖରେ ଦେଖ ମାଟିର ଘର ।
ନାନା ରଙ୍ଗର ମାଟିରେ ଲିପା,
କାନ୍ଥରୁ କେବେ ଉଠେନି ଚୋପା ।
କାନ୍ଥରେ ଦେଖ ପଡ଼ିଛି ଝୋଟି,
ଝୋଟି ଚାରି ପାଖେ ଲାଲ ପଟ୍ଟି ।
କାନ୍ଥ ଟି ଦିଶେ କେଡ଼େ ସୁନ୍ଦର,
ଦେଖରେ ଦେଖ ମାଟିର ଘର ।
ମଉସମକୁ ସାଥିରେ ନେଇ
ଘର ଉତ୍ତାପ ବଦଳୁ ଥାଇ ।
ଶୀତ ଦିନରେ ଲାଗେ ଉଷୁମ
ଖରା ଦିନରେ ଅଳ୍ପ ଗରମ ।
ସରବ ସୁଖ ମିଳେ ତାହାର
ଯାହାର ଅଛି ମାଟି ର ଘର ।
