STORYMIRROR

Ghanashyam Jena

Inspirational Children

3  

Ghanashyam Jena

Inspirational Children

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
206


"ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ

 କୋଟି ପ୍ରାଣ ବିନ୍ଦୁ ଭରେ,

 ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ

 ଡେଇଁ ପଡି ସିନ୍ଧୁ ନୀରେ।"

  

 ସକଳ ଓଡ଼ିଆ ପ୍ରାଣକୁ ଘାରିଲା

 ମଧୁବାବୁଙ୍କ ଏ କଥା,

 ତାହାରି ବଳରେ, ଓଡ଼ିଆଙ୍କ ମନେ

 ଭରିଦେଲା ମାଦକତା।

  

 ଓଡ଼ିଆ ଜାତିର ଗର୍ବ ଗଉରବ

 କୁଳବୃଦ୍ଧ ସେ ଆମର

 ତାଙ୍କରି ପାଇଁଟି ସ୍ଵତନ୍ତ୍ର ପ୍ରଦେଶ

 ଗଠନ ହେଲା ସତ୍ୱର।

  

 ସ୍ୱଦେଶୀ ଶିଳ୍ପର, ଆଦି ପ୍ରବର୍ତ୍ତକ

 ସ୍ଵାଭିମାନୀ ଓଡିଆର

 ଉତ୍କଳ ଟ୍ୟାନେରୀ ସାରା ଜଗତରେ

 ସୁନାମ ରଚିଲା ତାର।

  

 ଖଣ୍ଡ ବିଖଣ୍ଡିତ ହୋଇ ପଡିଥିବା

 ଓଡ଼ିଆ ଭାଷୀ ଅଞ୍ଚଳ,

 ବୁଲି ଗାଁ ସହର, ସର୍ବେ କଲ ମେଳ

 ଗଠନ ଲକ୍ଷ୍ୟ ଉତ୍କଳ।

  

 ନାରୀ ଶିକ୍ଷା, ନାରୀ ଜାତିର ଉନ୍ନତି

 ନାରୀ ସଶକ୍ତିକରଣ,

 ସାମାଜିକ, ସାଂସ୍କୃତିକ ଜୀବନର

 ରକ୍ଷାକବଚ ରୂପେଣ।

  

 ସ୍ଵତନ୍ତ୍ର ଓଡିଶା, ପ୍ରଦେଶ ଗଠନ

 ଥିଲା ତାଙ୍କ ଅବଦାନ,

 ଉତ୍କଳ ଗୌରବ, ମହା ସ୍ଵାଭିମାନୀ

 ଅମର ମଧୁସୂଦନ।

 ମହାଦେଈ ପୁର, ଗୁରାଣ୍ଡି, ଗଜପତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational