ବ୍ୟକ୍ତିତ୍ୱ ନିତ୍ୟାନନ୍ଦ ପାଲିତ
ବ୍ୟକ୍ତିତ୍ୱ ନିତ୍ୟାନନ୍ଦ ପାଲିତ
ଦେଖିଛ କି ଭଉଣୀ ଭାଇ କେହି ଓଡିଆରେ
କେଦାର ଗୌରୀ କଥାଚିତ୍ର
ମନୋମୁଗ୍ଧକର ସ୍ୱତନ୍ତ୍ର ନୂତନ ଭାବେ ନିର୍ମାଣ
ହୋଇଥିଲା ଭାଇ ଭାଇ ଚିତ୍ର |୧|
କଥାଚିତ୍ର ନିର୍ମାଣ କରିଥିଲେ ସେ ବ୍ୟକ୍ତିତ୍ୱ ରଙ୍ଗ
ମଞ୍ଚ ଛାଡି ସମ୍ପୂର୍ଣ୍ଣ ଭାବରେ
ସେଇ ଯୋଗଜନ୍ମା ବ୍ୟକ୍ତିତ୍ୱ ବିଭୁଷିତ ହୋଇଛନ୍ତି
ଜୟଦେବ ସମ୍ମାନରେ |୨|
ସେ ଚଳଚିତ୍ର ପ୍ରସ୍ତୁତ କରିଥିଲେ "କ୍ରୀଏଟିଵ ମୁଭିଜ୍
ପ୍ରଡକ୍ସନସ୍" ମାଧ୍ୟମରେ
ଅନୁରାଗ, ବନ୍ଧୁ ମହାନ୍ତି, କୃଷ୍ଣ, ରଘୁ ଅରକ୍ଷିତ,
କିଏ ଜିତେ କିଏ ହାରେ |୩|
ସୃଷ୍ଟି କରିଥିଲେ କୃଷ୍ଣ ସୁଦାମା, ମନ ଆକାଶ,
ଧରିତ୍ରୀ, ବନ୍ଧନ,
କିଏ କାହାର, ମଲା ଜହ୍ନ, ମା ଇତ୍ୟାଦି ବହୁ
କ୍ଲାସିକାଲ ଛବି ମାନ |୪|
ଓଡ଼ିଆ କଥାଚିତ୍ରରେ ଦେଶ କରିଛି ତାଂକୁ
ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ
ବହୁ ବାର ଶ୍ରେଷ୍ଠ ନିର୍ଦ୍ଦେଶକ, ଓଡ଼ିଶା ସଙ୍ଗୀତ
ନାଟକ ଏକାଡେମି ଦ୍ୱାରା ପୁରସ୍କୃତ |୫|
ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ନିତ୍ୟାନନ୍ଦ ପାଲିତ ଓଡ଼ିଆ
ଚଳଚ୍ଚିତ୍ର ପାଇଁ ସୁବର୍ଣ୍ଣଯୁଗ ଆଣିଥିଲେ
ରାଜ୍ୟର ମର୍ଯ୍ୟାଦାବୃଦ୍ଧି କରାଇପାରିଥିବା ସେହି
ବ୍ୟକ୍ତିତ୍ୱ କଟକ ମାଟିରେ ଜନ୍ମିଥିଲେ |୬|
ପାଇବାନି ଆଉ ସେହିପରି ନାୟକ, ପ୍ରଯୋଜକ,
ନିର୍ଦ୍ଦେଶକ ତଥା କାହାଣୀକାର
ହେ ମହାନ ବ୍ୟକ୍ତି, ତୁମ ସ୍ମରଣରେ ମୋର ଭକ୍ତିପୂତ
ଶ୍ରଦ୍ଧାସୁମନ କବିତାକୁ ଗ୍ରହଣ କର |୭|