STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ମାତୃଶକ୍ତି ଆବାହନେ ନବରାତ୍ରୀ ପୂଜା

ମାତୃଶକ୍ତି ଆବାହନେ ନବରାତ୍ରୀ ପୂଜା

1 min
297


ମାତୃ ଆବାହନେ କରୁ ନବରାତ୍ରୀ ପୂଜା

ଧରାବତରଣ ହେବେ ମାତା ଦଶଭୁଜା l

ଗ୍ରାମରୁ ସହର ହୁଏ କେତେ ସାଜସଜ୍ଜା

ଗୀତ ନାଚ ବାଣ ବାଦ୍ୟେ ଲାଗେ ଭାରି ମଜା l


ଆଦିଶକ୍ତି ମାତା ତୁହି ହିମ ଶୈଳପୁତ୍ରୀ

ବ୍ରହ୍ମଚାରିଣୀ,କୁଷ୍ମାଣ୍ଡା,ମାଗୋ ସିଦ୍ଧିରାତ୍ରୀ l

ମହାଗୌରୀ, କାତ୍ୟାୟିନୀ,ମାତା ସ୍କନ୍ଧମାତା

କାଳରାତ୍ରୀ, ଚନ୍ଦ୍ରଘଣ୍ଟା,ରୂପେ ଦୁର୍ଗାମାତା l


ବ୍ରହ୍ମା ବରେ ବଳିୟାନ ପରା ଦୁର୍ଗ ସୁର 

ଦେବତାଙ୍କୁ ବନ୍ଦୀ କରି ରଖେ ଦୁର୍ଗେ ତା'ର l

ଦେବତାଙ୍କ ପ୍ରାର୍ଥନାରେ ଶକ୍ତି ଆବିର୍ଭୁତା

କୋପାଗ୍ନିରେ ଦୁର୍ଗ ଧ୍ବଂସ ନାମ ଦୁର୍ଗାମାତା l


ଅସୁର ନାଶିନୀ ମାଗୋ ରୂପ ଦଶଭୁଜା

ସିଂହ ବାହିନୀ ଅପର୍ଣ୍ଣା ତୁହି ଅଷ୍ଟଭୂଜା l

ଶାନ୍ତି ସ୍ୱରୂପିଣୀ ମାଗୋ ମାତା ଚତୁର୍ଭୁଜା

ମଙ୍ଗଳ ପାଇଁକି ତୋର ଯେ ସହସ୍ରଭୁଜା l


ଚଣ୍ଡୀ ପାଠ ହୋମ ଯଜ୍ଞ ନାମ କୀର୍ତ୍ତନରେ

ଶାରଦୀୟ ଆବାହନ ମାତା ସ୍ୱାଗତରେ l

ମାତା ପାଇଁ ସଜ ହୁଏ ପ୍ରକୃତି ଶୋଭାରେ

ପାଛୋଟିବା ପାଇଁ ମାତା ମନ ଉଲ୍ଲାସରେ l


ମାତୃ ସ୍ୱରୂପିଣୀ ମାତା ଜଗତ ଜନନୀ

ଶାନ୍ତି ପ୍ରଦାୟିନୀ ମାଗୋ କଲ୍ୟାଣ କାରିଣୀ l

ଶକ୍ତି ସ୍ୱରୂପିଣୀ ଦେବୀ କରୁଣା ଦାୟିନୀ

ଦୁଃଖ କଷ୍ଟ ହର ଦେବୀ କରୁଛୁ ଦଇନି l



Rate this content
Log in

Similar oriya poem from Classics