STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମାତୃଭୂମି

ମାତୃଭୂମି

1 min
318


ମାତୃଭୂମିମୋର ଏ ଭାରତ ଭୂମି

   ପ୍ରଣିପାତ ଟି ଚରଣେ।    

ତତ୍ପର ରହିବା ସୁରକ୍ଷାରେ ତାର

   କର୍ତ୍ତବ୍ୟ ଭାଇ ମୁଁ ମଣେ।


ମାତୃଭୂମି ପରା ଜନନୀ ଆମର

  ଦେଇଛି ସୁବିଧା ବହୁ,

ପ୍ରାକୃତିସୌନ୍ଦର୍ଯ୍ୟ କୋଳର ତା କେତେ

  ହରୁଛି ଦୁବିଧା ସବୁ।

   

ଗଛ ଲତା ପୁଷ୍ପ ରଖିଛି ତା ଗର୍ଭେ

  ବହିଛି ନଦୀ ପାହାଡ଼,

ପଶୁ ପକ୍ଷୀ ରାବ୍ କରେ ପ୍ରଫୁଲ୍ଲିତ

   ମନକୁ କରୁଛି ଦୃଢ।

   

କୃଷ୍ଣ ରାମ ଭୂମି ପବିତ୍ର ଭାରତ

   ସ୍ଥାନ ଯହିଁ ଦାରୁବ୍ରହ୍ମ,

ବଡ଼ ଠାକୁର ସେ ପ୍ରଭୁ ଜଗନ୍ନାଥ

   ଅଟନ୍ତି ପରମବ୍ରହ୍ମ।


ମାତାଙ୍କକୋଳରେ ବ୍ୟତୀତଜୀବନ

   ଗୌରବ ମିଳୁଛି ବିଶ୍ବେ,

ଯହିଁ ଗୁଞ୍ଜୁଅଛି ସଂସ୍କୃତି ରାଷ୍ଟ୍ରର

   ସାଇତି ରଖିଛି କୋଳେ।


ମୁନି ଋଷି ଜ୍ଞାନ ବିଜ୍ଞାନ ଏଠାର

   ଭାରତ ସାଜିଛି ନୂଆ, 

ତାହାରି ବଳରୁ ମାତା ସୁରକ୍ଷିତ 

    ଅସ୍ତ୍ରଶସ୍ତ୍ର ନୂଆ ନୂଆ।


ଜନମହୋଇଛି ମାତାଙ୍କକୋଳରୁ

  ତାର ମୋଦି ରୂପେ ପୁତ୍ର,

ଅସମ୍ଭବ ସବୁ  ସମ୍ଭବ  କରୁଛି

    ଧରି କର୍ମପଥେ ଶସ୍ତ୍ର।


କିପରି ଟି ହେବେ ସୁରକ୍ଷିତ ମାତା

    କର୍ମ ତାଙ୍କ ଅନୁକ୍ଷଣ,

ଜନ ଜନଙ୍କର ସେବରେ ତତ୍ପର

    ଧରିଛନ୍ତି କର୍ମ ବାଣ।

   

କବିତା ରଚନା ମାତାଙ୍କ ସମ୍ମାନେ

   ସବୁ କ୍ଷେତ୍ର ସୁରକ୍ଷିତ,

ସୈନିକ ଗର୍ଜନେ କମ୍ପୁଛନ୍ତି ଶତ୍ରୁ

    ଏହୁତ ନୂଆ ଭାରତ।


ଖୁସି ଆନନ୍ଦରେ ବ୍ୟତୀତ ଜୀବନ

  ନାହିଁ ଦୁଃଖ କଷ୍ଟ କାର,

ଅମୃତ କାଳର ନୂଆ ଏ ଭାରତ

  ଭୟ ନାହିଁ ଜନତାର।


ଆତ୍ମନିର୍ଭର ଟି ହୁଅନ୍ତି ଜନତା

  ଆବିଷ୍କାର ନୂଆ ନୂଆ,

ବିଶ୍ବ ପଟଳରେ ଗୁଞ୍ଜୁଛି ସୁନାମ

  ଶୁଭୁ ଅଛି ବାଆ ବାଆ।


ପବିତ୍ର ଏଭୂମି ଜନନୀର ଭୂମି

   ପ୍ରଭୁ ଭକ୍ତି ନିରନ୍ତର,

ନାରୀର ସମ୍ମାନ ସର୍ବୋପରି ଏଠି

   ନାରୀର ସଦା ଆଦର।




Rate this content
Log in

Similar oriya poem from Abstract