Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Inspirational

3  

Sanuja Meghamala

Inspirational

ମାତୃଭୂମି ଓ ମାତୃଭାଷା ଉଭୟେ ମହାନ୍

ମାତୃଭୂମି ଓ ମାତୃଭାଷା ଉଭୟେ ମହାନ୍

1 min
341


ମାତୃଭୂମି ମାତୃଭାଷା ରେ ମମତା

ଯା ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ ।

ଅର୍ଘ୍ୟଥାଳୀ - ସ୍ଵଭାବ କବି ଗଙ୍ଗାଧର ମେହେର#୪

ଅତି ମନୋହର ସରସ ସୁନ୍ଦର

ସ୍ବର୍ଗ ସମ ମାତୃଭୂମି

ଯା ପାଣି ପବନେ ଗଢା ଏ ଶରୀର

ପବିତ୍ର ସେ ତୀର୍ଥ ଭୂମି ।

ଝରଣା ବନାନୀ ନଦ ନଦୀ ତାର

ଗାଆନ୍ତି ମଧୁର ଗୀତି

ସୁନୀଳ ଆକାଶ ନୀଳ ପାରାବାର

ବନ୍ଦନା କରନ୍ତି ନିତି।

ମାଆ ସମ ଆମ ମାତୃଭାଷା ଅଟେ

ସ୍ନେହ ମମତାର ଝର

ବୁଝିବା କହିବା ସହଜ ଲାଗଇ

ବାନ୍ଧେ ସମ୍ପର୍କ ର ଡୋର ।

ମାତୃଭାଷା କୁ ଯେ ହେୟ ମନେ କରେ

ମଣିଷ ରେ ଗଣା ନୁହେଁ

ଅନ୍ୟ ଯେତେ ଭାଷା ଜାଣିଲେ କି ଲାଭ

ମହା ମୁର୍ଖ ଅଟେ ସିଏ ।

ଆମ ମାତୃଭୂମି ଆମ ମାତୃଭାଷା

ବିଶ୍ୱେ ଅଟେ ମହୀୟ।ନ

ଆସୁ ଯେତେ ଝଡ ଝଞା ଏ ଜୀବନେ

ରଖିବା ତାହାର ମାନ।

ଆମ ମାତୃଭୂମି ଓ ମାତୃଭାଷା ର

ଜଗତେ ତୁଳନା ନାହିଁ

ଉନ୍ନତି ସୁରକ୍ଷା ପ୍ରଚାର ପ୍ରସାର

କରିବାକୁ ଭୂଲ ନାହିଁ।



Rate this content
Log in

Similar oriya poem from Inspirational