STORYMIRROR

DR PRASANTA KUMAR BISWAL

Classics Inspirational

4  

DR PRASANTA KUMAR BISWAL

Classics Inspirational

ମାତୃଭାଷା

ମାତୃଭାଷା

1 min
246

ଭାଷା ମାନବର ପ୍ରକୃଷ୍ଟ ମାଧ୍ୟମ 

ତାହାରି ଅଭାବେ ଗଣା ସେ ଅଧମ ।।

ଭାଷା କରିଥାଏ ପଶୁଠୁ ଅନ୍ତର 

ତା ଯୋଗୁଁ ସଂସାରେ ଶ୍ରେଷ୍ଠ ହୁଏ ନର ।।

ଯେ ପ୍ରକାଶି ପାରଇ ଶାଳୀନ ଭାଷା

ସଭା ସମିତିରେ ପାଏ ସେ ପ୍ରଶଂସା ।।

ମଧୁର ବଚନ ତୋଷେ ଜନ ମନ 

କର୍କଶ ବଚନ ହୁଏ ହୀନିମାନ ।।

ଭାଷା ଯା ସଂଯମ କରେ ନିୟନ୍ତ୍ରଣ 

ସୁଖେ ବିତେ ଦିନ ନପାଇ କଷଣ ।।

ଅତି ଆପଣାର ମାତୃଭାଷା ଆମ

ଆଧାରେ ଯା ହୁଏ ଦୁଃଖ ଉପଶମ ।।

ନିଭଭାଷା ଛାଡି ଅନ୍ୟକୁ ଆଦରେ

ନକରଇ କେବେ ଉନ୍ନତି ଭାଷାରେ ।।

ଅନ୍ୟ ଭାଷା ସହ କରିଲେ ତୁଳନା 

କାରଣ ଜାଣି ତୁ କର ବିବେଚନା ।।

ଲାଜ କରୁଛ ସ୍ବଭାଷା ବୋଲିବାକୁ 

ଧିକ ଏ ଜୀବନ କହିବା କାହାକୁ ।।

ଅନ୍ୟ ଭାଷା ପଢ ଦୁଃଖ ଜମା ନାହିଁ 

ଧର୍ମ କର୍ମ କର ସଂସ୍କୃତିକୁ ଚାହିଁ ।।

ମାଆ ମାତୃଭାଷା ଏକଇ ଉଦର 

ସୁଖ ମିଳିଥାଏ ବିକାଶେ ତାହାର ।।

ମାତୃଭାଷା ଯାର ଯେତେ ବଳିଆନ 

ଦେଶ ତା ଅଟଇ ବିଶ୍ବରେ ମହାନ ।

ମାତୃଭାଷାକୁ ଯେ କରଇ ଆଦର

ବିକାଶ ନିଶ୍ଚେ ତା ହୋଇବ ଦେଶର ।।

ମାତୃଭାଷା ଆମ,ଭାଷା ମାଟି ମା"ର

ତା ମାନ ରଖିବା ଧର୍ମ ମାନବର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics