STORYMIRROR

rasmi maye pati

Inspirational

4  

rasmi maye pati

Inspirational

ମାତୃ ଦିବସ ଉପଲକ୍ଷେ

ମାତୃ ଦିବସ ଉପଲକ୍ଷେ

1 min
380


ଶୁଖିଯାଏ ଗଙ୍ଗା ଶୁଖେ ଗୋଦାବରୀ

 ଶୁଖିଯାଏ ସବୁ ଝର

ସଦା ଚିରସ୍ରୋତା ଭିନ୍ନ ଝରଟିଏ

 ଗଙ୍ଗା ସିଏ ମମତାର ।

ଯାର ମମତା ରେ ସଂସାରଟା ବନ୍ଧା

 ଏ ଜୀବନ ଯାର ଦାନ

ଯାର ଲାଗି ଆଜି ସଂସାର ରାସ୍ତାରେ

 ମଝି ପାହାଚେ ଜୀବନ।

ସଂସାର ରାସ୍ତାରେ ଶିଖେ ପାଦଚଲା

 ହାତଧରି ଦିନେ ଯାର

ପ୍ରଥମ ଗୁରୁ ସେ ଦିଏ ଦିବ୍ୟ ଜ୍ଞାନ

 ବ୍ରହ୍ମା ବିଷ୍ଣୁ ମହେଶ୍ୱର।

ତା ମୁଖ ନିସୃତ ଯେତେ ମହାଶାସ୍ତ୍ର

  ସବୁ ଲାଗେ ଜ୍ଞାନ ଦାତା

ଗୀତା ଭାଗବତ ସବୁ ଲାଗେ ତୁଚ୍ଛ

  ଶ୍ରେଷ୍ଠ ହିଁ ମାଆର ଶିକ୍ଷା।

ଏକା ଧାରା ରେ ସେ ଡାକ୍ତର ବଇଦ

  ଶିକ୍ଷକ ପୁଣି ବିଜ୍ଞାନୀ

ବିନା ଦରମାରେ ଖଟିଯାଏ ଦିନ

 କେବେ ବି ମୂଲ ମାଗିନି।

ତା ଚରଣ ତଳେ ସ୍ନେହ ଭକ୍ତି ସବୁ 

  ଢାଳିଲେ ଈଶ୍ୱର ପ୍ରାପ୍ୟ

ପ୍ରଭୁଙ୍କଠୁ ପରା ମାଆ ସ୍ଥାନ ବଡ଼

  ସେ ହିଁ ସଂସାରେ ଆଲୋକ।

ତା ପଣତ ସ୍ୱେଦ ତାର ବାହୁ ତଳେ

 କେତେ ଯେ ନିଦ ଆରାମ

ମଖମଲ ଶେଯ ତା ଆଗରେ ତୁଚ୍ଛ

 ମମତା ତାର ଅସୀମ।

ତା ମମତା ମୂଲ୍ୟ ତା ଦାନ ର ତୁଲ୍ୟ

 ଜୀବନ ସାରା ରଖିବା

ସବୁ ସନ୍ତାନଙ୍କୁ ଏତିକି ବିନତୀ 

 ହତାଦର ନ କରିବା।

ତାର ପାଦ ତଳେ ସଦା ଆଶ୍ରା ଯାର

 ସେ ହିଁ ଅଟେ ଭାଗ୍ୟବାନ

ଶେଷ ଠିକଣା ତା ନୁହେଁ ଜରାଶ୍ରମ

 ହୃଦ ମନ୍ଦିରେ ତା ସ୍ଥାନ ।।


Rate this content
Log in

Similar oriya poem from Inspirational