STORYMIRROR

puspalata samantary

Abstract

2  

puspalata samantary

Abstract

ମାସୁମ୍

ମାସୁମ୍

1 min
113

ରାଣୀ ନୁହେଁ, ନୁହେଁ ସେ ତ

ସରଗର ପରୀ,

ଅତି ଛୋଟ ଝିଅଟି ସେ

ନାମ ମାସୁମ୍ ତାହାରି

ଆଖିରେ ରହିଛି ତାର

କୁନି କୁନି ସପନ,

ପୁରା କରିବାକୁ ତାକୁ

ଭାରି କରେ ଯତନ

ମଧୁର ରାଗିଣୀ ଏକ

ଅଛି ତାର ଓଠରେ,

ତା ମଧୁର ସ୍ୱର ଆଗେ

ହାରିଯିବେ କୋକିଳେ

ହସ ତାର ଦେଖି ଦେଖି

ଉଇଁ ଆସେ ସୁରୂଜ

ତା ହସ ନ ଦେଖି କାହିଁ

ଫୁଟିଲାଣି ପଙ୍କଜ

ଆଖିରୁ ତା ବୋହି ଗଲେ

ଦୁଇଧାର ଲୋତକ,

କାନ୍ଦି ଉଠେ ଏ ପୃଥିବୀ

କାନ୍ଦି ଉଠେ ଆକାଶ

ସାଗରଠାରୁ ବି ବଡ

ହୃଦୟଟା ତାହାର,

ସଭିଙ୍କ ପାଇଁ ତାକୁ ପାଶେ

ଅଛି ସ୍ନେହ ଆଦର

ସୁନ୍ଦର ମୁଖଟି ତାର

ଦିଏ ମୋତେ ପ୍ରେରଣା ,

ପୁନେଇ ଜହ୍ନ ଠୁ ସେ ତ

ଜମା ବି ନୁହେଁ ଊଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract