STORYMIRROR

Satyabati Swain

Inspirational

3  

Satyabati Swain

Inspirational

ମାଶାଣୀ ଯିବାର ସଖା

ମାଶାଣୀ ଯିବାର ସଖା

1 min
407


ହରି ଗୁଣି ମିଶେଇ ଫେଡ଼ି ଜୀବନ ଗଣିତ

ଶେଷରେ ରହିବ ହିଁ ଶୁନ

ଶୁନ୍ୟ ରୁ ଆରମ୍ଭ ହୋଇ

ଶୁନ୍ୟରେ ମିଳାଇଯିବ

ଅଳିକ ତୁଚ୍ଛ ଏ ଜୀଵନ !

ବୃଥାଟାରେ ଯାହା

ଗରବ ଅଭିମାନ କରି

ଶୁନ୍ୟରେ ଦୋଳି ଖେଳୁଛେ

କେତେବେଳେ ଦୋଳି ଛିଡିଯିବ ଅଜଣା

ତଥାପି ଏତେ ଅହମିକା ଅଭିମାନ !

ଏତିକି ଦେଲେ ବୁଝି

ରହନ୍ତା ନାହିଁ ଦୌଡା କି ଗୋଡା

ହୁଅନ୍ତେ ନାହିଁ ଗଡା ପଡା କି ରକ୍ତରେ ସିନାନ

କିନ୍ତୁ ଦୁଃଖ ତ ଏତିକି

ସବୁ ଜାଣିକି ଆମେ

ଅବୁଝା ମୋହେ ଅସତ କାର୍ଯ୍ୟରେ ଲିପ୍ତ କେମିତି!!

ନଶ୍ଵର ଶରୀର ଏତ

ତା ପାଇଁ କି କେତେ

ଆୟ ଅଳଙ୍କାର ପୋଷାକ ଖଞ୍ଜା

ପଛ କରି ଯିବୁ ଯେତେବେଳେ

କିଛି ବି ନେବୁନି ସାଥେ ଏକଥା ଜାଣିଥା।

କେତେ ଫନ୍ଦି ଫିକର କରି

ସଞ୍ଚୟ କରୁଛୁ ଧନ ମାନ ଓ ସମ୍ମାନ

ପ୍ରଭୁତ୍ୱ ପ୍ରତିଷ୍ଠା 

ରୋକି କି ପାରିବ ମରଣ

କାହିଁକି ତେବେ ଏତେ ଶୁୁନ 

ବଢ଼ାଉଛୁ ବ୍ୟାାଙ୍କ ଖାତାରେ !

ହୃଦୟ ନିର୍ମଳ ମନ

ସଦାଚାରୀ ହୋଇ

ପରୋପକାରୀ, 

କର୍ମେ ଧ୍ୟାନ ଦିଅ ହେଲେ

ଯଦି ଏ ଅସାର ସଂସାରୁ ହେବୁ ପାରି।

ମନେରଖ ଯେତିକ ସମ୍ପର୍କ ଅତ୍ମୀୟ

ପିତା ମାତା ଭାଇ ବନ୍ଧୁ

ସଭିଏଁ ସମ୍ପଦ ସଖା

ତୋ ଆତ୍ମା ପୁରୁଷ ଓ ଆତ୍ମଜ୍ଞାନ କେବଳ

"ମଶାଣୀ ଯିବାର ସଖା"

ସେ ହିଁ ସବୁ ମିଛରେ ସତ୍ୟ ଏକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational