ମାନସୀ ରାଣୀ
ମାନସୀ ରାଣୀ
ଧୀରେ ଧୀରେ ଚାଲ ମୋର ମାନସୀ ସବାରି
ହୀରା ଲୀଳା ମଣି ମୁକ୍ତା ନୁହଁଇ ତୋ ସରି ।
ପ୍ରଭାତ ଯାମିନୀ ଯାଏ ମିଳନ ବିଚ୍ଛେଦେ
କେତେବେଳେ ଆହ୍ଲାଦିତ କେବେ ମାରୁ ଖେଦେ ।
ତୁହି ମୋର ସ୍ମୃତି ରାଣୀ ମନର ମାନସୀ
ତୋର ଆକର୍ଷିତେ ଆସେ ସୁଧାକର ହସି ।
ବୋଲଇ ସ୍ମୃତିର ସଙ୍ଗେ କରିିିିବି ବନ୍ଧୁୁତ୍ବ
ଘନ କୌମୁଦିରେ ନିିିତି କରୁ ଥିବି ଧୌତ ।
ତା କଥାକୁ ତ୍ୟାଗ କରି ହୁଏ ଅଗ୍ରସର
ମିଟି ମିଟି ସମ୍ମୁଞ୍ଜଳେ ତାରା ଦିଏ ହାର ।
ସ୍ନେହ ଭରା ଢାଗା ଦେଇ ଗୁନ୍ଥିଛି ସେ ମାଳ
ବୋଲଇ ମୁଁ ସ୍ମୃତି ସଙ୍ଗେ ବସିବି ବଉଳ ।
କାଢି ନେବ ସ୍ମୃତିକୁ ସେ ଦେଖେ ତା'ର ରୀତି
ଖରତରେ ଜାଗା ଛାଡି ବଢେ ମୋର ଗତି ।
ଗୋପନେ ରଖିବା ପାଇଁ ପାଏ ନାହିଁ ଠାଇଁ
ଗଗନେ ଆଲୋକ ବିଞ୍ଚି ରବି ଅଛି ଚାହିଁ ।
କେମିତି ଲୁଚାଇ ନେବି ସ୍ମୁରତି ହିନ୍ଦୋଳା
ସ୍ମୃତି ତ ରୂୂୂପା ଆଇନା ଚମକ ଚପଳା ।
କନକ ତନ୍ତୁ ନିର୍ମିତ ପାଟ ବସ୍ତ୍ର ଆଣି
ଆଛାଦିତ ପାଇଁ ଭାବେ ତା'ର ପଙ୍କଜିନୀ ।
ମୋ ସ୍ମୂତି ଉପରେ ଆସେ ସଭିଙ୍କ ନଜର
କାହାକୁ ମୁଁ ମୋ ଦେବି ନାହିଁ ସ୍ମୃତି ଏକା ମୋର ।

