ମାନସ ସନ୍ତାନ
ମାନସ ସନ୍ତାନ


ଶବ୍ଦକୁ ଖଞିଲେ କବିତା ନୁହଁଇ
ଭାବ ଯଦି ନ ଭିଜଇ,
ସେ ଭାବରେ ଯଦି ଜୀବନ ନଥାଏ
ହୁଏ ନାହିଁ ଚିରସ୍ଥାୟୀ।
ସୃଷ୍ଟି ତ ସ୍ରଷ୍ଟାର ମାନସ ସନ୍ତାନ
ଆତ୍ମଜ ଅଟେ ତାହାର,
ସଫଳ ହୋଇବ ସକଳ ଜୀବନ
ଥାଏ ଯଦି ତା ସଂସ୍କାର।
ସୃଷ୍ଟିର ସମ୍ଭାର ନୁହେଁ ଦରକାର
ନଥାଏ ଜୀବନଝସ,
ଶହେ ତାରାଗଣ ଥାଇ ଲାଭ କଣ
ଅନ୍ଧାରେ କାହିଁ ପ୍ରକାଶ ।
ମାଟିର ଜୀବ ତୁ ମାଟିରେ ରହିବୁ
ନକର ହେ ପଳାୟନ ।
ମଣିଷ କଥାକୁ ଭାବରେ ଥାପିଲେ
ତୋ ସୃଷ୍ଟି ହେବ ମହାନ ।