STORYMIRROR

Biswanath Nayak

Inspirational

2  

Biswanath Nayak

Inspirational

ମାନସ ମନ୍ଥନ

ମାନସ ମନ୍ଥନ

1 min
148

କୁରୁକୁଳ ଚୂଡାମଣି

ମାନୀ ଦୁର୍ଯ୍ୟୋଧନ!

ଲୁଚନାହିଁ ଲୁଚନାହିଁ

ମାନ ସରୋବରେ,

କରିବାକୁ ଅତୀତର

ମାନସ ମନ୍ଥନ।  

ନାହିଁ ଲଖ୍ମଣ କୁମାର

ପୋଛିବାକୁ ତୁମ ଆଖିଲୁହ। 

ନାହିଁ ଭାଇ ଦୁଶାସନ

ବୁଝିବାକୁ ତୁମ ମନକୋହ। 

ନାହାନ୍ତି ମାମୁଁ ଶକୁନୀ

ଦେବାକୁ ମନ୍ତ୍ରଣା। 

ନାହାନ୍ତି ଅଙ୍ଗରାଜନ

ଦେବାକୁ ପ୍ରେରଣା। 

ସାରା ଜୀବନଟା ତୁମ

ବିତିଗଲା କରିବାକୁ ଶତ୍ରୁକୁ ବିନାଶ। 

ସେଥିପାଇଁ ବିଷଲଡୁ ଆଉ ବନବାସ। 

ସେଥିପାଇଁ ପାଞ୍ଚାଳୀର ବସନ ହରଣ। 

ସେଥିପାଇଁ ଜଉଶାଳା ଭବନ ନିର୍ମାଣ। 

ପାରିଲକି ମହାମାନୀ

କରି ତୁମ ଶତ୍ରୁକୁ ବିନାଶ?

ବରଂ ନିଜହାତେ କଲ ନିଜକୁ ତ ଧ୍ବଂସ। 

ଜାଣିଲ କି?ତୁମେ ନିଜେ ଅଟ ନିଜ ଶତୃ। 

ମଣିଷ ଅଟଇ ନିଜ ବିନାଶର ହେତୁ। 

ଦିଅନାହିଁ ସେଥିପାଇଁ ଦୁନିଆଁ କୁ ଦୋଷ। 

ଅନ୍ୟକୁ ଦୋଷ ଦେବାଟା ମଣିଷ ଅଭ୍ୟାସ। 

ନିଜର ଶତୃକୁ ନିଜେ ପାରିଲନି ଚିହ୍ନି। 

ତାହା ତୁମ ଅନ୍ତରର ଅହଂକାର ବହ୍ନି। 

ସେ ବହ୍ନିରେ ନିଜେ ନିଜେ ହୋଇଗଲ ଧ୍ଵଂସ।

ମଣିଷକୁ କରେ ନିଜ ଅହଂକାର ନାଶ। 

ତୁମଠାରୁ ଏ ମଣିଷ ଶିଖିଲାନି କିଛି। 

ନିଜ ପର ଭାବ ଘେନି ଅହଂ କୁ ପାଳୁଛି। 

ଭିତର ଶତୃକୁ ନିଜେ ନ ଚିହ୍ନି ମଣିଷ। 

ବାହାରେ ଶତ୍ରୁକୁ ଖୋଜେ କରିବାକୁ ନାଶ। 

ଅହଂ ର ବିନାଶ ପାଇଁ

ଗଢନ୍ତା ସେ ଯଦି ଏକ ଜଉଶାଳା ଘର!

ବିଷଲଡୁ ଦେଇ ତାକୁ ମାରନ୍ତା ସତ୍ଵର!

ପଠାନ୍ତା ତାକୁ ସେ ଯଦି

ସବୁଦିନ ପାଇଁ ବନବାସ!

ପ୍ରକୃତ ଶତୃକୁ ଯେବେ

ମାରିବାକୁ କରନ୍ତା ପ୍ରୟାସ!

ଲୁଚିବାକୁ ପଡନ୍ତାନି ଆଉ ତାକୁ

ମନ ସରୋବରେ,

କରିବାକୁ ଅତୀତର

ମାନସ ମନ୍ଥନ। 

ଲଖ୍ମଣ ପିଠିରେ ବସି

ତୁମ ଭଳି ଆଉ ତାକୁ

କରିବାକୁ ପଡନ୍ତାନି

ରକତର ନଦୀ ସନ୍ତରଣ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational