STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ମାଣଵସା

ମାଣଵସା

1 min
198

ସାଗର ଦୁଲଣୀ ବିଷ୍ଣୁଙ୍କ ଘରଣୀ

ମହାଲକ୍ଷ୍ମୀ ମହାମାୟା

କମଳ ବାସିନୀ ଜଗତ ଜନନୀ

ଦୁଃଖେ ସୁଖେ ଆମ ସାହା...


ଚଣ୍ଡାଳୁଣୀ ଶ୍ରୀୟା ଭାବ ଭକତିରେ

ଭେଦଭାବ ଭୁଲିଗଲ

ଚଣ୍ଡାଳ ସାହିରେ ପାଦ ଦେଲ ବୋଲି

ଦେଉଳରୁ ବିଦା ହେଲ

ତୁମ ଅଭାବରେ ଶୀରିହୀନ ହେଲା

ଶ୍ରୀମନ୍ଦିର ସତେ ଆହା

ମହାଲକ୍ଷ୍ମୀ ମହାମାୟା...


ତୁମେ ଗଲ ଛାଡି ଲକ୍ଷ୍ମୀଛଡା ହୋଇ

ପ୍ରଭୁ ହେଲେ ବାଟବଣା

ଭୋକ ଉପାସରେ ଜୀବନ ଜଳିଲା

ମିଳିଲାନି ଖୁଦକଣା  

ଅନୁତାପ କଲେ ପ୍ରଭୁ ଯେବେ ତୁମେ

ଦେଖାଇଲ ନୂଆ ରାହା

ମହାଲକ୍ଷ୍ମୀ ମହାମାୟା...


ସେହିଦିନଠାରୁ ବଡଦେଉଳରେ 

ନାହିଁ ଆଉ ଭେଦଭାବ

ଭକତିରେ ଯିଏ ତୁମକୁ ଡାକଇ

ଦୂର ହୁଏ ତା ଅଭାବ

ଅମା ରାତି ତାର ଅପସରି ଯାଏ

ଯାହାକୁ ହୁଅ ଗୋ ସାହା

ମହାଲକ୍ଷ୍ମୀ ମହାମାୟା...


ତୁମ ସେହି ଗାଥା ଓଡିଆଣୀ ଗାଏ

ମଗୁଶୁର ଗୁରୁବାରେ

ନୂଆଧାନରେ ତ ମାଣବସା ଯାଏ

ପ୍ରତି ଓଡ଼ିଆଙ୍କ ଘରେ

ଅଭାବ କଷଣ ହୋଇଯାଏ ଦୂର

ତୁମେ ଯେବେ କର ଦୟା

ମହାଲକ୍ଷ୍ମୀ ମହାମାୟା...


       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children