Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Classics

3  

Sanuja Meghamala

Classics

ମାଣବସା

ମାଣବସା

1 min
272


ମାର୍ଗଶିର ମାସ  ଗୁରୁବାର ଦିନ

ମାଣବସା ହୁଏ ଘରେ ଘରେ ଜାଣ ।

ମହାଲକ୍ଷ୍ମୀଙ୍କର ପୂଜା ଏ ଅଟଇ

ସଭିଏ ପୁଜନ୍ତି ଭକ୍ତି ଭାବ ନେଇ ।

ଗୋମୟରେ ଘର ଲିପା ପୋଛା ହୋଇ

ଚାଉଳର ଝୋଟି ପଡ଼ି ସୁନ୍ଦର ଦିଶଇ ।

 ସ୍ନାନ ସାରି ସର୍ବେ ହୋଇ ଶୁଚିମନ୍ତ 

ପୂଜା ଅର୍ଚ୍ଚନାରେ ହୋଇ ଥାନ୍ତି ରତ । 

ସେ ମାଣରେ ଶୁକ୍ଳ ଧାନକୁ ପୁରାଇ 

ଖଟୁଲୀ ଉପରେ ତାହା ଦେବ ଥୋଇ ।

ହଳଦୀ ପାଣିରେ ଗୁଆକୁ ଧୋଇବ

ଧାନ ମାଣ ଉପରେ  ସଜେଇ ରଖିବ ।

ଶୁକ୍ଳ ଧାନ  ମେଣ୍ଟି ଗୋଟିଏ ରଖିବ

ଆଖୁ ଅଦା ଆଦିରେ ଚୂଳ କରିବ ।

 ନୂଆ ନାଲି ଛିଟ କନାକୁ ଘୋଡେଇ

ମାଣକୁ ବୋହୁ ପରି ଦେବ ସଜାଇ ।

ଦୁବ ବର କୋଳି ଅଅଁଳା ସୋରିଷ

 ନାନା ଜାତି ଫୁଲେ କରି ସୁବେଶ ।

ଧୂପ ଦୀପ ଝୁଣା ନୈବେଦ୍ୟ ଦେବ 

ଆବାହନ ମାଆ ଲକ୍ଷ୍ମୀଙ୍କୁ କରିବ ।

ଲକ୍ଷ୍ମୀ ମହାମାୟୀ ସାଗର ଦୁଲଣୀ 

କୃପା କରିଥାନ୍ତି ଭକ୍ତ ମନ ଜାଣି ।

ଧନ ଜନ ଗୋପ ଲକ୍ଷ୍ମୀ ବଢ଼ି ଚାଲେ

 ପଦ୍ମାଳୟାଙ୍କର ଦୟା ଯେବେ ମିଳେ ।

ନମସ୍ତେ କମଳା ବିଷ୍ଣୁ ପାଟରାଣୀ

ତୋର କୃପା ଥାଉ ମାତ ବିଘ୍ନସେନୀ।



Rate this content
Log in

Similar oriya poem from Classics