STORYMIRROR

Kalandi pal

Inspirational

4  

Kalandi pal

Inspirational

ମାଣ ବସା ଗୁରୁବାର

ମାଣ ବସା ଗୁରୁବାର

1 min
307

ନମସ୍ତେ କମଳା ବିଷ୍ଣୁଙ୍କ ଘରଣୀ

ନମୋ ସାଗର ଦୁଲଣୀ

ଶ୍ରୀ ହର ପ୍ରିୟା ମା ଶୁଣ ମୋ ଦୟିନୀ

ଆତ ଜାତ କେତେ ପ୍ରାଣୀ

ତୁମରି କରୁଣା କରି ନାହଁ ଊଣା

ପେଟ କା ପୂରେନି ତୋ କରୁଣା ବିନା

ତୁହି ଜଗତ ଜନନୀ

ମାଆ ଲୋ

କୃପାମୟି କମଳିନୀ ।


ମାର୍ଗଶିର ଗୁରୁବାର ପୁଣ୍ୟ ବାର

ପୂଜା ହୁଏ ତୋ ପୟର

ଅନ୍ଧାରରୁ ଉଠି ଗୋ ମୟରେ ଲିପି

ଆଙ୍କି ଝୋଟି ତୋ ପୟର

ତ୍ରି ମୂର୍ତ୍ତିଙ୍କ ଝୋଟି ଲକ୍ଷ୍ମୀ ପାଦ ଗୋଟି

ବାଟି ଅରୁଆ ଚାଉଳ

ଆଙ୍କେ ଓଡ଼ିଆଣୀ ଘରେ ଦ୍ୱାରେ ପୁଣି

ଝୋଟି କେତେ ରକମର

ଧୂପ ଦୀପ ଦୁବ ଅରୁଆ ଚାଉଳ

ସୋରିଷର ଫୁଲ ଫୁଟନ୍ତା କମଳ

ଆମ୍ବ ପତ୍ର ତୋଳି ଆଣି

ମାଆ ଲୋ

ଖଟୁଲି ସଜାଏ ପୁଣି ।


ଚାଣ୍ଡାଳୁ ବ୍ରାହ୍ମଣ ସର୍ବେ ଏକାକାର

ପୁଜନ୍ତି ତୋର ପୟରେ

ମୁଗ ମଣ୍ଡା କ୍ଷୀରି କାନକା ଖେଚୁଡ଼ି

ବାସି ଉଠେ ମହକରେ

ତୋହରି ପୁରାଣ ଶୁଣୁଥାଏ କର୍ଣ୍ଣ

ଭାସି ଆସେ ସୁମଧୁରେ

ତୋହରି ପ୍ରସାଦ ଅମୂଲ୍ୟ ପ୍ରସାଦ

ବଣ୍ଟା ଯାଏ ନାହିଁ କା' ରେ

ମାଣ ବସା ଓଷା ଓଡ଼ିଆ ଘରଣୀ

କରୁଥାନ୍ତି ମାଆ ତୋର ମାନ ଜାଣି

ତୋର ଆଶୀର୍ବାଦ ଘେନି

ମାଆ ଲୋ

ଦୟାମୟୀ ନାରାୟଣୀ ।


Rate this content
Log in

Similar oriya poem from Inspirational