STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ମାନବିକତା

ମାନବିକତା

1 min
172


ମାନବିକତା ଲୋପ ପାଇଛି

ମାନବବାଦ ଏକ ଧୁଆଁବାଣ

ଅଭିଧାନର ଶବ୍ଦ ଟିଏ

 ପାଲଟି ଯାଇଛି।

ବିଶ୍ବର ବିଭିନ୍ନ ପ୍ରାନ୍ତରେ

ନର ସଂହାର ଚାଲିଛି

ଅଗଣିତ ଆବାଳ ବୃଦ୍ଧ ବନିତା

 ଭିଟାମାଟି ଛାଡ଼ି

ଶରଣାର୍ଥୀ ଶିବିରରେ

ଭୟାନକ ନିର୍ଜନତାରେ

 ବିଳାପ କରନ୍ତି।

ଆତ୍ମୀୟ ସ୍ୱଜନ କାହିଁ କେତେ ଦୂରେ

ଝୁରି ଝୁରି ଲୋତକ ଢାଳନ୍ତି

ପ୍ରାଣ ଖୋଜେ ଆପଣା ମଣିଷକୁ

କାହିଁ ବନ୍ଧୁତା ପ୍ରେମ ସୁନ୍ଦର

ସବୁଠି ବିରାଜେ ନିସଙ୍ଗତା

ଭୟ ଓ ଦିଶାହୀନ ଉଜୁଡ଼ା ଜୀବନ।

ସେମାନଙ୍କ ଅନ୍ତରାତ୍ମା

 ବିଳପି ଉଠେ

ଉଦ୍ଧାର କର, ଉଦ୍ଧାର କର

କୁଆଡୁ ବୁଝିବେ

ଏ ମହାମାନୀ, ମହାଗର୍ବୀ

 ମହାକାଳ ନେତୃବୃନ୍ଦ

  ଜୀବନ ଦର୍ଶନ

ପରସ୍ପର ମିଳିମିଶି ରହିଲେ

  ଯେଉଁ ଖୁସି ମିଳେ

ତାହା ମଣିଷକୁ ଅଧିକ ସୁଖ ଦିଏ

ଅଧିକ ଦିନ ବଞ୍ଚାଇ ରଖେ

    ହେ ପ୍ରଭୁ

ଏ ଖଳନାୟକ ଚିନ୍ତା ଓ ଚେତନାରୁ

 ମାନବିକତାର ଉଦ୍ରେକ କର

   ତୁମର

ବିଶ୍ଵରୂପ ଦେଖାଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action