ମାନବିକତା
ମାନବିକତା
ମଣିଷ ମନର ଭଙ୍ଗା ଆଇନାରେ
ନିଜ ପ୍ରତିବିମ୍ବ ନ ଦେଖଇ
ଏଠି ମାନବିକତାକୁ କଣ ବୁଝିବ
ଅନ୍ୟ ହୃଦୟକୁ କଷ୍ଟ ଦେଇ
ଆଜି ସେ ଦୁସ୍ଥ, ଦୁର୍ବଳ ଉପରେ
ସବଳର ଚାଲେ ଅତ୍ୟାଚାର
ଏଠି ଧଳା ହାତୀ ମାନେ ସଭିଏଁ ଉଚ୍ଚରେ
ବିଲୁପ୍ତ ସବୁ ଶିକ୍ଷା ସଂସ୍କାର
ଏଠି ନାରୀ ନୁହଁ ଆଜି ସୁରକ୍ଷିତା
ସେ ହିଂସ୍ର ଦାନଵ ର କବଳିତା
ଏଠି ଲେଖନୀରେ ଚାଲେ ରାଜନୀତି
ଯୋଗ୍ କୁ ମିଳଇ ଚିର ଅପମାନ
ଅଯୋଗ୍ୟ କରଇ କୂଟନୀତି
ଏଠି ଭାଇ ବି ନିଜର ଭଗାରୀ ସାଜୁଛି
ବୃଥାରେ ଚାଲେ ସେ ରାଜନୀତି
ଏଠି ବୃଦ୍ଧ ପିତାମାତା ସ୍ଥାନ ଜରାଶ୍ରମ
ଶ୍ଵାନ ଆତିଥ୍ୟରେ ଭାରି ପ୍ରୀତି
କେଉଁ ନୂତନ ଅତିଥି ଆସିଗଲେ ନୀତି
ଭୁଲି ଯାଏ ସେ ପୁରୁଣା ସଂସ୍କୃତି
ଆଜି ଅଯୋଗ୍ୟ ପାଉଛି ସିଂହାସନ
ଯାହା ଜୀବନରେ ନାହିଁ ଶିକ୍ଷା ଦାନ
ଆଜି ଖୁସିରେ ସେମାନେ ଧାରା ପରେ
ନିରୀହ ଗରିବ ଅନ୍ନ ବିହୁନେ କାନ୍ଦିମର
ଏଠି ପାହାର ପଡେ କା ଯୋଗ୍ୟତାରେ
ଏଠି ଅଯୋଗ୍ୟ ବ୍ୟତୀତ୍ୱ ପୂଜା ପାଏ
ସବୁ ଯୋଗ୍ୟତା ଥାଇ ବି କାନ୍ଦିମରେ
ଏ ତ ଆମ ସମାଜର ରାଜନୀତି
ଆଉ କେତେ ବଖାଣିବି ଭାରି ଭିତି
ଆଜି କନ୍ଦାଇ ଜନନୀ ପୁତ୍ର ଶୋକେ
ଯେ ସହିଦ ସମାଜ ଦେଶ ପାଇଁ
ଏଠି ଧର୍ମ ନା ରେ ଚାଲେ ରାଜନୀତି
ବୁଝି ପାରୁନି ସେ ସବୁ ମତି ଗତି
ଏଠି କାହା ରୋଧ ହୁଏ ଆଦର୍ଶର
ଖାଲି ଶାଗୁଣା, ଶ୍ଵାନଙ୍କ ଏ ସଂସାର
ପୁଣି କେତେ ବେଳେ କାନ୍ଦେ ସୀତା ସତୀ
ଏଠି ଭଲ ତ ନାହିଁ କା ଗତି ମତି
ଆଜି କୁରୁସଭା ତଳେ ବିବସନା
ସେଇ କ୍ରିଷ୍ଣା ହୁଏ ପୁଣି ଅନ ମନା
ଏଠି ସମସ୍ତେ ସାଜନ୍ତି ଦର୍ଶକଟେ
ଏଠି ନାରୀ ଇଜ୍ଜତକୁ କିଏ ଦେଖେ
ତାର ନଗ୍ନ ରୂପ ଦେଖି ଭାରି ଖୁସି
ଏ ତ ରୁଗ୍ଣ ମାନସିକତାର ପରିଣତି
କେବେ ଏ ଧାରାକୁ ତୁମେ ଆସିବ ତ
ସବୁ ପାପକୁ ତୁମେ ତ ନାସିବ ତ
ମୁଁ ଯେ ଅକିଞ୍ଚନା କିଛି ଯାନେନାହିଁ
ତୁମ ଚରଣରେ ଭକ୍ତି ଅର୍ଘ୍ୟ ଏଇ ।