STORYMIRROR

Gunanidhi Samal

Classics

4  

Gunanidhi Samal

Classics

ମାନଭଞ୍ଜନ

ମାନଭଞ୍ଜନ

1 min
38

ଜନମ ବେଦୀରୁ କରମ ବେଦୀକୁ

ଫେରିଲ କିହୋ ଗୋସାଇଁ

ବରଷକ ପରେ ଲେଉଟିବା ପାଇଁ

ଆସିଛ କି' କଥା ଦେଇ ।

ଜନ୍ମଭୂମି ଆଉ ଜନ୍ମଦାତ୍ରୀ ମୋହ

ଭଲା କେ ପାରିବ ଛାଡି

ଆସିଲା ବେଳକୁ ସଆନ୍ତଙ୍କ ଆଖି

ଲୁହେ ଯାଇଥିବ ବୁଡି ।

ରହିଥାନ୍ତେ ଭଲା ଆଉ କିଛିଦିନ

ଠାକୁରାଣୀ କଲେ ମାନ

ରସଗୋଲା ଦେଇ କରିଲେ ଗୋସାଇଁ

ଲକ୍ଷ୍ମୀଙ୍କ ମାନଭଞ୍ଜନ ।


Rate this content
Log in

Similar oriya poem from Classics