STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ମାନବ ସେବା ମାଧବ ସେବା

ମାନବ ସେବା ମାଧବ ସେବା

1 min
321


ନର ରୂପେ ନାରାୟଣ,  ହୋଇଥାନ୍ତି ଅବତିର୍ଣ୍ଣ

ପରାଣେ ସ୍ଥିତ ପବନ,  ଜୀବନେ ତ “ଭଗବାନ

ସମ” ଥାନ୍ତି ବିଦ୍ୟମାନ,  ତେଣୁ ମଣିଷ ଜୀବନ

ଅଟେ ଈଶ୍ଵର ସମାନ, ଭାବରେ ମନ, ତୁ ଭାବରେ ମନ ।।


ଦୁଃଖ ଦୁର୍ଦଶାରେ ଦିନ,  କାଟୁଥାନ୍ତି ଦୀନ ଜନ

ବୁକୁଥରା ଦୃଶ୍ୟ ମାନ,   ଦେଖଇ ଏହି ନୟନ

ନାହିଁ ଜଳ ନାହିଁ ଅନ୍ନ,   ବେସାହାରା କା ଜୀବନ

କିଏ ହୁଏ ହୀନିମାନ, ଦେଖେ ନୟନ, ରେ ଦେଖେ ନୟନ ।।


ସମାଜେ ଅବହେଳିତ,  ରୋଗୀ,ରଙ୍କି ବିସ୍ଥାପିତ

ହୋଇଥାନ୍ତି ଛଟପଟ,   ବନ୍ଧୁର ସଂସାର ପଥ

ବେସାହାରା କା ଜୀବନ,  ଆଶ୍ରୟ ଖୋଜେ କା ପ୍ରାଣ

କଲେ ତାର ସେବା ଯତ୍ନ, ହୁଅଇ ପୁଣ୍ୟ, ରେ ହୁଅଇ ପୂଣ୍ୟ ।।


ଭୋକିଲା ପେଟକୁ ଅନ୍ନ,  ”କରିବ ରେ ବସ୍ତ୍ର ଦାନ

ବେସାହାରା କୁ ସାହାରା,  ଅତୀଥି ଙ୍କ ସେବା ଦ୍ଵାରା

ମିଳଇ ଅନେକ ପୂଣ୍ୟ,  ଏହା ଯେ ମାନବ ଧର୍ମ

ଏହିତ ମାଧବ ସେବା, କହେ ପୁରାଣ, ହେ କହେ ପୁରାଣ ।।


ଦାନୀ କର୍ଣ୍ଣ ନାମ ଏବେ  କଥାରେ କହନ୍ତି ସର୍ବେ

ତାଙ୍କ ଦାନ ଧର୍ମ ଦେଖି  ମଘବା ତ ଡରୁଥାନ୍ତି

ଦାନ ରେ ତୁଛ ଜୀବନ  ପ୍ରମାଣ କରିଲେ କର୍ଣ୍ଣ

ହରୀଶ୍ଚନ୍ଦ୍ର ଦାନ‌ବୀର‌,ହୋଇଛି ପ୍ରମାଣ, ରେ ରହିଛି ପ୍ରମାଣ ।।


ମାଧବ‌ ସେବା କେବଳ,  ନୁହେଁ ସେବା ମାନବର

ପ୍ରତି ପଶୁ ପକ୍ଷୀ ସେବା,  ପ୍ରକୃତି ରକ୍ଷା କରିବା

ଜୀବେଦୟା ସେବା ମାନ  ମାଧବସେବା ସମାନ

ପରୋକ୍ଷେ ମାନବ ହୀତ, କରେ ସାଧନ ରେ କରେ ସାଧନ ।।


ଦିଲ୍ଲୀପ ନନ୍ଦିନୀ କଥା  କରୁଥିଲେ ଗାଭୀସେବା

ପରିକ୍ଷା କ୍ଷେତ୍ରେ ଦିଲ୍ଲୀପ  ଦର୍ଶନେ ମାଧବ ରୂପ

ଗୋସେବା ହେଲା ସେଦିନ  ମାଧବ ସେବା ସମାନ

ପୂର୍ଣ୍ଣହେଲା ତାଙ୍କ ଯେତେ, ଥିଲା ମନସ୍କାମ ରେ ଥିଲା ମନ ସ୍କାମ ।।


ଦୀନ ଦରିଦ୍ର୍ୟ ସେବାରେ,  ବ୍ରତୀ ଯେହୁ ଏ ଧରାରେ

ସେ ଜୀବନ ଧନ୍ୟ ସିନା,   ଦାନି ପଣେ ହୁଏ ଗଣା

ସେହି ହିଁ ମାଧବ ସେବା,   ଜୀବନର ଶ୍ରେଷ୍ଠ କର୍ମ

ଯୁଗଯୁଗ ଧରି ରଖି, ଯାଏ ତା ନାମ, ରେ ଯାଏ ତା ନାମ

ଯଥା ହରିଶ୍ଚନ୍ଦ୍ର କର୍ଣ୍ଣ, ଶିବି ଦିଲ୍ଲୀପ ରାଜନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational