STORYMIRROR

Kalandi pal

Inspirational

3  

Kalandi pal

Inspirational

ମାନ ଭଞ୍ଜନ ୨

ମାନ ଭଞ୍ଜନ ୨

1 min
129


ମାତା:-

କ୍ରୋଧେ ମାନ ମୟୀ ସାଗର ତନୟୀ

    କିଳି ଦେଉଳ ଦୁଆର

କୁହନ୍ତି ପ୍ରଭୁଙ୍କୁ    ଆଉ ଦେଉଳକୁ 

     ଆସ ନାହିଁ ପ୍ରାଣେଶ୍ଵର

 ଏହି ,ଜୀବନ ଧିକ ମୋହର

ସ୍ବାମୀ ପଣେ ହାତ ଧରିଲି ବୋଲିତ

     ଏତେ ଦୁଃଖ କାହିଁ ଦେଲ

   ମୋତେ ଏକାକିନୀ କରି ଗଲ।


ପ୍ରଭୁ :-

କ୍ରୋଧ କରନାହିଁ  ମୋର ପ୍ରାଣ ସହି

    ବୁଝ ଅନ୍ତର ବେଦନା

ସଙ୍ଗେ ଦେଢ଼ଶୁର  ଥିଲେ ତ ତୁମର

    କେମିତି ନେବି କୁହନା

  ରୋଷ,ତେଜ ମନୁ ଏବେ ସିନା 

ତୁମେ ମୋର ପ୍ରାଣ ପ୍ରିୟା ମୋ ଜୀବନ

    ଛାଡି ମୁଁ ରହି ପାରେନା

 ବାରେ,ଶାନ୍ତ ହୁଅ ପ୍ରିୟତମା ।


ମାତା :-

କପଟିଆ ବୁଦ୍ଧି    କୁହ ନାହିଁ ଫାନ୍ଦି

    କପଟେ ଅନ୍ତର ଭରି

ମାଆ ମାଉସୀ ଏ  ଭାଇ ଭଉଣୀ ଏ

    ହେଲେ ଏକାକୀ ତୁମରି

  ପର,ଭାବି ମୋତେ ଗଲ ଛାଡ଼ି

କେତେ ଅପନିନ୍ଦା  ଗଞ୍ଜଣା ସାଇତା

    ଏ ସବୁ ଗଲକି ହୁଡ଼ି

  ଆଉ,କାହିଁକି ଆସ ବାହୁଡ଼ି ।


ପ୍ରଭୁ :-

କିଛି ହୁଡ଼ି ନାହିଁ   ମୋର ପ୍ରାଣ ସହି

    ଖୋଲ ଦେଉଳ ଦୁଆର

ନଅ ଦିନ ସେଠି   କେମିତି କାଟିଛି

     ଜାଣିଛି ହୃଦୟ ମୋର

    ରସଗୋଲା ଯେ ପ୍ରିୟ ତୁମର

ବସି ପାଶେ ସହି  ଦେବି ତା ଖୁଆଇ

     ଫେଡ ଦେଉଳ ଦୁଆର

   ଲୋକ ଲଜ୍ଜ୍ୟାରୁତ ଦୂର କର।


ମାତା :-

ଆସ ଜଗନ୍ନାଥ  ଯୋଡ଼ି ବେନି ହସ୍ତ

    ପୟରେ କରେ ମିନତୀ

ଲୋଡା ନାହିଁ ମୋର ରସଗୋଲା ଭାର

    ତୁମେ ମୋ ନୟନ ଜ୍ୟୋତି

  ରହୁ,ଯୁଗେ ଯୁଗେ ଏହି ଖ୍ୟାତି

ନୀଳାଦ୍ରି ନାଥ ହେ  ନୀଳାଦ୍ରିକୁ ବିଜେ

    କର ତୁମେ ଲକ୍ଷ୍ମୀ ପତି

  ଦୋଷ ,କ୍ଷମା କର ଜଗତ୍ପତି.।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational