ମାମା
ମାମା
୧୯୩୫ ସାଲର ପରାଧୀନ ଭାରତରେ
ଜନମିଲୁ ତୁ ଗୋ ଭାନୁମତିଙ୍କ କୋଳରେ
ବାମଣ୍ଡା କଟକର ରାଜକୀୟ ଶିକ୍ଷାୟତନରେ
କଲୁ ସମାପନ ବିଦ୍ୟା ତୁହି ଆଗ୍ରହରେ ।
ନନ୍ଦବଂଶେ ଦେଲୁ ପାଦ '୪୯ ପ୍ରାରମ୍ଭରେ
ବାବାଙ୍କୁ ବିବାହ କରି ମନ ଆନନ୍ଦରେ
ଜନ୍ମଦାତ୍ରୀ ହେଲୁ ତୁହି ଏକାଦଶ ସନ୍ତାନର
ଅରଜିଲୁ କେତେ ଖ୍ୟାତି ଆଦର୍ଶ ମାତାର ।
ଶାଶୁ ଶ୍ୱଶୁରଙ୍କ ସେବାରେ ନକଲୁ ତୁ ହେଳା
ସ୍ୱାମୀ ସନ୍ତାନଙ୍କ ପାଇଁ ତୁ ଥିଲୁ ଏକ ଭେଳା
ଦିଅର ଯାଆଙ୍କ ପାଇଁ ତୁ ଥିଲୁ ଆଦର୍ଶ ପରା
ସେଥିପାଇଁ ଶୁଭ ନାମ ଥିଲା ତୋ “ଇନ୍ଦିରା” ।
ଚକ୍ଷୁରେ ଭରା ଥିଲା ସଦା କରୁଣାର ଧାର
ହୃଦୟେ ତୋ ଖେଳୁଥିଲା ମମତା ସାଗର
ସ୍ପର୍ଶରେ ଥିଲା ତୋର କେତେ ସ୍ନେହର କମ୍ପନ
ମନରେ ଖେଳୁଥିଲା ପ୍ରେମର ଜୁଆର ।
ମା' ଗୋ ବୋଲି ଡାକିଦେଲେ ମୁହିଁ
ସର୍ବଦା ଥିଲୁ କେତେ କୁରୁଳି ଉଠଇ
ଦୁଃଖ ବିଷାଦର ଯନ୍ତ୍ରଣାକୁ ଦେଉଥିଲୁ
ହସି ହସି ତୋ ପଣତେ ଘୋଡାଇ ।
ଦୋଷ ତ୍ରୁଟି ଆଉ ଦୁଷ୍ଟାମିକୁ ଆମ
ଆଦରେ ସବୁ ନେଲୁତୁ ସାଉଁଟି
ବାବାଙ୍କ ବିୟୋଗ ଆଉ ଦୁଃଖ ଆପଦୁ
ବଂଚାଉଥିଲୁ ତୁ ଆମକୁ ସବୁଠି ।
ଶୟନ ସପନେ ଜାଗରଣେ କେତେ
ତୁ ଗୋ ଢାଳୁଥିଲୁ ମମତା କଳସ
ଅଖିଆ ପେଟରେ ଅନିଦ୍ରା ରାତିରେ
ସଦା ପରଶୁଥିଲୁ କରୁଣା ଅଶେଷ ।
ମାମା ବୋଲି ଆମେ ଆଉ ଡାକିବୁ କାହାକୁ
ଅଳ୍ପ ହସି ‘ଓ’ ବୋଲି କିଏ ଶୁଣିବ ଆମକୁ
କା ପାଇଁ ନିତ୍ୟ ମୁଁ କରିବି ନାନା ରନ୍ଧନ
କିଏ ମିଶି ମୋର ସଙ୍ଗେ କରିବ ଭୋଜନ ।
ବାହାରୁ ଆସିଲେ ଆଉ କିଏ ଆଜ
ମୋ ପାଇଁ ଖୋଲିବ ଗୋ ଦୁଆର
କିଏ ଦେଖିବ ମୋ ସାଥେ ନିତ୍ୟ
ଉବାଚ ସାଇଙ୍କ, ରଥଶର୍ମାଙ୍କର ।
ଖାଇଦେ ରେ ଧନ ମୋର ବୋଲି ଏବେ
କିଏ ଆଉ ଗୋ ମୋତେ କହିବ
ମୋ ରାଗ ଋଷା ଆଉ ଗାଳିକୁ ସଦା
ହସି ହସି କିଏ ଆଉ ଖୁସିରେ ସହିବ ।
ଆସିଲାଣି ପୁଅ ତୋର ରାତ୍ର ଭ୍ରମଣରୁ
କିମ୍ବା ଜଗିଅଛୁ ଦ୍ୱାରେ ଆଗୋ ମହାମେରୁ
ଲୁଲୁ ଛବି ଝୁନୁ ମାମୀ କ୍ରନ୍ଦନ କରନ୍ତି
ବେବୀ ଆଉ ଅଦିତୀ ତୋତେ ଝୁରୁଛନ୍ତିା
ମାମା, ମାମା ବୋଲି ଡାକିଲେଣି
କୃଷ୍ଣ ବୃନ୍ଦା ଅଶୋକ ସୁରେଶ
ଲଣ୍ଡିତ ମସ୍ତକେ ଆଜି ଖୋଜନ୍ତି
ଜ୍ୱାଇଁ ପ୍ରଭାକର ଆଉ କାମେଶ ।
ଲାଲି ଲୁସି କାନ୍ଦୁଛନ୍ତି ତୋର ବିୟୋଗରେ
କିଟି ନିପୁନ ଝୁରନ୍ତି ପ୍ରାଣ ବିକଳରେ
ବାବୁନୀ କାନୁନ କଥା କି ଅବା କହିବି
ଅଂଶୁଳ ର ଦୁଃଖ କେତେ ବା ସହିବି ।
ଶୁଝି ପାରିବିନି ଯାହା କଲେ କେବେ
ତୋର ଗୋ ଅସରନ୍ତି ମାତୃଦତ ଋଣ
ଯୁଗେ ଯୁଗେ ମୋତେ ଦେଉଥାଉ
ବିଧାତା ଖାଲି ତୋ କୋଳେ ଜନମ ।
ଏତିକି ମାଗୁଣି କରୁଛି ମୁଁ ବିଭୁଙ୍କ ପୟରେ
ଶାନ୍ତି ଲଭୁ ଆତ୍ମା ତୋର ସରଗ ପୁରରେ
ମୋକ୍ଷ ପ୍ରାପ୍ତି ହେଉ ତବ ଆଗୋ ମୋ ଜନନୀ
ବୈକୁଣ୍ଠରେ ତୁ ସଦା ରୁହ ସ୍ଥାନ ଘେନି ।
(ମୋର ପ୍ରିୟ ଜନନୀ ଇନ୍ଦିରା ନନ୍ଦ ଙ୍କ ଦ୍ୱାଦଶାହ ଶ୍ରାଦ୍ଧଦିନ ରଚିତ କବିତା)