ମାଆର ମମତା ଜୀବନର ଗୀତା
ମାଆର ମମତା ଜୀବନର ଗୀତା
ମାଆର ମମତା ଜୀବନର ଗୀତା
ପଢୁଥିଲେ ସରେନାହିଁ,
ତା କୋଳ ଝୁଲଣା ସ୍ୱର୍ଗ ଠୁ ଅଧିକା
ଶ୍ରଦ୍ଧାଝରା ସ୍ନେହ ତହିଁ ।
ଆବେଗ ଭରା ତା ହୃଦୟର ଭାଷା
ମାଆ ଡାକ ତା ମଧୁର,
ଆହା କହି ଦେଲେ ମନ ପୁରିଯାଏ
ଭରିଯାଏ ମଧୁଝର ।
ସେ ମୋର ମାଆ ପରା ମୁଁ ତାର ମାଆ
କି ମିଠା ତାର ପରସ,
ଦରଦୀ ମନର ଅକୁହା ଆବେଗ
ଲିଭିଯାଏ ଅବଶୋଷ ।
ଅସୁମାରୀ ସ୍ୱପ୍ନ ଆଖିରେ ଭରଇ
ମମତା ଦେଇ ପ୍ରାଣରେ,
ତାର ଆଶିଷରେ ବିଭୂଷିତ ହୁଅଇ
ନିର୍ମଳ ଚେତନା ହୃଦରେ ।
ବିଭୋରିତ ପ୍ରାଣ ଅନୁରାଗ ଝରା
ଅନୁଭବ ସ୍ଵାକ୍ଷରରେ,
ସଯତ୍ନେ ସାଇତା ସଞ୍ଜିବନୀ ଭରା
ଅମୃତର ସୁଧାଝରେ ।
ବସୁଧା ସେ ମୋର ଅତି ଆପଣାର
ଶ୍ରଦ୍ଧାଭରା ଶାଳଗ୍ରାମ,
ଵିନ୍ଦୁଏ କରୁଣା ସିନ୍ଧୁଏ ତିମିର
ଅକ୍ଳେଶରେ ଅନୁପମ....
ମାଆ ଯେ ଅନନ୍ୟା ଚିର ବନ୍ଦନୀୟା
ଅମୂଲ୍ୟ ସେ ପିଲାପାଇଁ,
ଗୀତା, ଭାଗବତ ବିଧାନ ବିଧାତା
ତା ଆଶିଷେ ରହିଥାଇ.....।