ମାଆଗୋ ହୈମବତୀ
ମାଆଗୋ ହୈମବତୀ
ଚୈତ୍ୟ ସ୍ତୁତି ସ୍ତମ୍ଭ ପାଶେ ଭକତ ନିଚୟ
ଆସ ମାତା ଭକ୍ତଗଣ ହେଲେଣି ଅଥୟ ।
ସପ୍ତକୋଶି ଗଣ୍ଡେ ଯାର ପଡ଼ିଅଛି ପ୍ରାଣ
ତହିଁରେ ଦେଖ ଗୋ ମାତ କରୁଣ କ୍ରନ୍ଦନ ।
ହେମ ଗଉରୀ ମାତା ମାଆଗୋ ଶୋଭା ସମୁଦିତ
ସେ ଜ୍ୟୋତି କି ହରାଇଲା ଆପଣା ମହତ ।
କାହିଁକି ନଶୁଣି ମାତ ଅଟକିଲୁ ଦୂରେ
ଭକତ କି ପର ହୁଏ ନୁହେଁ ଆପଣାରେ ।
ତୋର ରତ୍ନବେଦୀ କିବା ହୋଇଛି ଅଚଳ
ସ୍ତୁତିରେ କି ନାହିଁ ମୋର ଯୋଗ ଧ୍ୟାନ ବଳ ।
କେଉଁ ଦିଗେ କେତେ ଦୂରେ ତୋର ଅବସ୍ଥିତି
ଶରତ ବେଳା ମୁଖର ଆସ ଭକ୍ତ କତି ।
ସିଂହ ପୃଷ୍ଠେ ଦୁର୍ଗା ମାଗୋ କର ଅବତୀର୍ଣ୍ଣ
ମରଣ ଭୂଇଁର ଜନେ ହୋଇବେ ଲୋ ଧନ୍ୟ ।
ଶ୍ୟାମଳ ବର୍ଣ୍ଣୀ ତୁ କେବେ ସ୍ୱର୍ଣ୍ଣ ଚମ୍ପା ତୁହି
ତୋ ରୂପ ବର୍ଣ୍ଣନା ପାଇଁ କାତ ପାଏ ନାହିଁ ।
ତଥାପି ମୋ ମାନସରେ ତୋ ରୂପ ଫଳିତ
ତୋର ଗୁଣ ଗାନ ମାଗୋ କରିବି ଉଦ୍ଧୃତ ।
ଚଣ୍ଡୀ ଚାମଣ୍ଡା ଗହଳେ ତୋର ଦର୍ପ ଚାଲି
ପାପିଙ୍କ ମନେ ଛନକା ପାପ ଯାଏ ଭୁଲି ।
ଅଗ୍ନିରୁ ଜନମି ଯେବେ ତନୁ ବିବସନ
ପୁଷ୍ପାଞ୍ଜଳି ସଙ୍ଗେ ଦେବ କଲେ ବସ୍ତ୍ର ଦାନ ।
ଅସୁର ବିନାଶ ପାଇଁ ତୋର ନବ ଜନ୍ମ
କମ୍ପମାନ ନଭ ଧରା ବଜ୍ର ଘାତ ସମ ।
ଶକ୍ତି ପ୍ରଦାୟିନୀ ଦୁର୍ଗା ପୟରେ ଭରସା
ଉଶ୍ଵାସୀ ଧରଣୀ ରଖ କରୁଛି ମୁଁ ଆଶା ।
କି ମାଗିବ ନିଜ ପାଇଁ ବୁଝେନା ପ୍ରଭାତୀ
ରୋଗ ଶୋକ ନାଶି ମାଗୋ ରଖ ହୈମବତୀ ।
