ମାଆ
ମାଆ
ମମତାରେ ଭରା ଯେଉଁ
ଦୁଇଟି ଅକ୍ଷର
ଅମୂଲ୍ୟ, ଅପୂର୍ବ ମାଆ
ନାମଟି ତାହାର ।
ମଧୁଠାରୁ ବେଶୀ ମିଠା
ହୃଦୟ ଯାହାର
ସ୍ନେହଶ୍ରଦ୍ଧା, ଦୟା, ପ୍ରେମ
ଅସାର ଭଣ୍ଡାର ।
ଜନମରୁ ଜୁଇ ଯାଏଁ
ସିଏ ଆପଣାର
ତା, ତନୁର ଅମୃତରେ
ଗଢ଼ା ଏ ଶରୀର ।
ହସ୍ତସ୍ପର୍ଶେ ପରିବାର
ସାଜେ ସ୍ୱର୍ଗପୁର
ଚଳନ୍ତି ଠାକୁର ସିଏ
ବିଚିତ୍ର ସୃଷ୍ଟିର ।
ପବିତ୍ର ମନରେ ତା'ର
ଭରା ସୁବିଚାର
ହାତ ଧରି ଶିଖାଏ ସେ
ସମାଜ ସଂସ୍କାର ।
ସନ୍ତାନର ସୁଖ ପାଇଁ
ପ୍ରାଣ ତା' ଅଧିର
ସହିଯାଏ ସବୁ ଦୁଃଖ
ସାଜି ସେ ପ୍ରାଚୀର ।
ସନ୍ତାନର ସେବା କରେ
ରହି ଉଜାଗର
ଭକତିରେ ପୂଜୁଥାଏ
ପ୍ରଭୁଙ୍କ ପୟର ।
ଯୁଗେଯୁଗେ ଧରାପୃଷ୍ଠେ
ମାଆ ଯେ ଅମର
ତା' କଥାରୁ ଝରୁଥାଏ
ଶାନ୍ତିର ନିର୍ଝର।
ପଥ ପ୍ରଦର୍ଶକ ସିଏ
ଶିଶୁ ଜୀବନର
କରୁଣା, ସେନେହମୟୀ
ମାଆଟି ଆମର ।
ତା'କୋଳେ ଜନମ ଲଭି
ଦେଖିଲି ସଂସାର
ଚରଣରେ କରୁଅଛି
କୋଟି ନମସ୍କାର ।