ମାଆ
ମାଆ
ଗର୍ଭ ଧାରଣରୁ ପ୍ରେମ କରିଥିଲା
ଅଜଣାରେ ଏକ ନାରୀ
ନବ ମାସ ତା'ର ଗର୍ଭେ ଧରିଥିଲା
ଏକା ମାଆ ସେ' ମୋହରି ।
ଜନ୍ମ କରିବାକୁ ତା' ପ୍ରାଣ ପଛେଇ
ଜନମ ଦେଲା ସେ' ମୋତେ
ଜନମ ହେବାଠୁ ପିଇଲି ଅମୃତ
ତା' ସ୍ତନ କ୍ଷୀର ମୁଁ କେତେ ।
ଜନମ ଦେବାଠୁ ମରଣ ପର୍ଯ୍ୟନ୍ତ
ନିତି ମାଆ ଯତ୍ନ କରେ
କେବେ ଦେଖେନାହିଁ ନିଜର ସ୍ୱାର୍ଥକୁ
ସୁତ ପ୍ରତି ଚିନ୍ତା କରେ ।
ମାତୃ ସ୍ନେହଥାଏ ଗର୍ଭ ଧାରଣରୁ
ଅମର ମାତରି ପ୍ରେମ
ସେନେହ ବନ୍ଧନେ ମାଆ ବାନ୍ଧିଦିଏ
ଝରିଥାଏ ମାତୃ ପ୍ରେମ ।
ସ୍ନେହମୟୀ ମାଆ ପ୍ରେମମୟୀ ମାଆ
ମାଆ ଜଗତର ରାଣୀ
ମାଆ ପରି ଆଉ କିଏ ନ ହୋଇବ
ମାଆ ଏକା ପ୍ରେମରାଣୀ ।
ସଂସାର ସାଗରେ ନିସ୍ଵାର୍ଥ ପ୍ରେମରେ
ସ୍ନେହମୟୀ ମା' ପ୍ରଥମ
ମାଆ ହିଁ ସକଳ ମାଆ ଅଟେ ଶ୍ରେଷ୍ଠ
ତାଙ୍କ ପାଦେ କୋଟି ନମଃ ।
