STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ମାଆ

ମାଆ

1 min
157


ବିରଜେ ଦୂର୍ଗେ ବରଦେ ଜୟ ମା

ଶ୍ରୀ ଦେବୀ ମହାଶକ୍ତି

ତୋ କରୁଣା ଶୁଭ ଆଶିଷ ବରଷୁ

ପାଦପଦ୍ମେ ଥାଉ ଭକ୍ତି ।।


ମା ସିଂହ ବାହିନୀ ମହିଷାମର୍ଦ୍ଦିନୀ

ଶିବେ ସର୍ବାର୍ଥ ସାଧିକେ

ଭାଲେ ଗଣ ଚନ୍ଦ୍ର ଆଗ୍ନେୟ ସ୍ଫୁଲିଙ୍ଗ

ବିଜେ ଯଯାତି ପାଟକେ

ମାଆ- ଗିରିଜାଇ ମହାସତୀ

ଘେନ ବିନମ୍ର ସ୍ତୁତି ପ୍ରଣତି ।

ବିରଜେ ଦୁର୍ଗେ ବରଦେ ଜୟ ମା ....


ତୋ ସୁଦୟା ବଳେ ଅକିଞ୍ଚନ ନର

ଶକ୍ତି ଦ୍ୱିଭୂଜା ଆରାଧ୍ୟା

ଜିଣି ଷଢରୀପୁ ଚଉବର୍ଗ ଲଭେ

ସରଗ ଶିରୀ ସମ୍ପଦା

ମାଆ-ବ୍ରହ୍ମତେଜା ମା ପାର୍ବତୀ

ଘେନ ବିନମ୍ର ସ୍ତୁତି ପ୍ରଣତି ।

ବିରଜେ ଦୂର୍ଗେ ବରଦେ ଜୟ ମା....


ବୈତରଣୀ ତପ୍ତ କରମ ଜଞ୍ଜାଳ

ମରୀଚିକା ମିଛ ମାୟା

ହୃଦ ଗୁହ୍ୟ କନ୍ଧେ ଭରେ ଅସାରତା

ମିଳେ ନାହିଁ ରାହା ସାହା

ମାଆ-ଆଲୋକ ଦିବ୍ୟ ମୂରତି

ଘେନ ବିନମ୍ର ସ୍ତୁତି ପ୍ରଣତି ।

ବିରଜେ ଦୂର୍ଗେ ବରଦେ ଜୟ ମା....


ସାଧି ପାରିବିନି ମନ୍ତ୍ର ଯନ୍ତ୍ର ତନ୍ତ୍ର

ମୁଁ ଅଜ୍ଞାନ ମୁଢମତି

ମୋହ ନିଦ୍ରା ଭାଜି ଜାଗୁ ସ୍ୱବିବେକ

କରୁଛି ଅଳି ମିନତି

ମାଆ-ଦିଅ ସୁଗତି ମୁକତି

ଘେନ ବିନମ୍ର ସ୍ତୁତି ପ୍ରଣତି ।

ବିରଜେ ଦୂର୍ଗେ ବରଦେ ଜୟ ମା.....

  -



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics