Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PURNA CHANDRA PANDA Purna

Action Classics Others

4  

PURNA CHANDRA PANDA Purna

Action Classics Others

ମାଆ

ମାଆ

1 min
239


ବlବୁ ଆରେ କହ ମୋ ସୁନା ଧନ

ଯେତେ ପାଠ ପଢ଼ିଲୁ ଦେଇ ମନ ।


କୋଉ ବହି ପୃଷ୍ଠାରେ ଅଛି ଲେଖା 

ମାଆ କୁ ଏକେଲା ଛାଡିବା ଶିକ୍ଷା l


ମୁଁ'ତ ମୁରୁଖ ପାଠ ପଢିନି

ସେଥିପାଇଁ ତତେ ବୁଝି ପାରୁନି ।


ତତେ ପଢ଼େଇଛି ପାଠ ବହୁତ

ପଢିପାରୁନୁ ମୋ ମନ ବହିତ l


କାହିଁକି ବୁଝୁନୁ ଧନରେ ସତେ

ମୋ ଜୀବନେ ଭଲ ପାଇଛି ତତେ l


ଜନମ କୁ କିଏ ଭଲ ପାଇବ

ନିଜ ପେଟରୁ ଯେ ବାହାରି ଥିବ l


ନାଡ଼ ଖଣ୍ଡେ ପରା ମାଆ ପେଟର

କେମିତି ସେ ନାଡ ହେଉଛି ଦୂର l


କେତେ କଥା ମୋର ମନେ ପଡଇ

ତୋର କି ସତରେ ମନରେ ନାହିଁ l


ଝୁରୁଛି ଏ ଛାତି ସେ ପିଲା ଦିନ

କେମିତି ଭୁଲିଲୁ ଧନ୍ୟ ତୋ ମନ l


ଆଧୁନିକ କଣ ଏଇଆ କହେ

ମାଆ'ଟା ରହିବ କାନ୍ଦିକି ଲୁହେ l


ଜନମ କରିବା ଭୁଉଲୁ ଥିଲା

ମୋ ଗରଭ ତତେ ଜନମ କଲା l


ଆ ରେ ମୋ ସୁନା ରଙ୍କରତନ

ଏଇଠି ଝୁରୁଛି ମୁଁ ରାତି ଦିନ l


ଆଉ କିରେ ତତେ ସତେ ଦେଖିବି

ମାଆ ର ମମତା ତତେ ମୁଁ ଦେବି l


ଯେଉଁଠି ଅଛୁରେ ଭଲରେ ଥାଆ

ଏଇଠି ଝୁରୁଛି ତୋ ସେଇ ମାଆ l


Rate this content
Log in