STORYMIRROR

Abismita Mishra

Inspirational

4  

Abismita Mishra

Inspirational

ମାଆ

ମାଆ

2 mins
281

ମାଆ ଏହା ଏକ ଶବ୍ଦ କି ଦୁଇଟି ଅକ୍ଷର ନୁହଁ

ମାଆ ଈଶ୍ୱର ଙ୍କ ଠାରୁ ବି କିଛି କମ ନୁହଁ

ମାଆ ଆମ ପାଇଁ ସାକ୍ଷ୍ୟାତ ଈଶ୍ୱର  

ମାଆ ଅର୍ଥ ମା- ମାଟି ଆ- ଆକାଶ

ଜଦି ଆଜି ମାଟି ନଥାନ୍ତା ତାହାଲେ ଆମେ ରହି ଥାନ୍ତୁ କୋଉଠି

ଜଦି ଏଇ ଆକାଶ ନଥାନ୍ତା ଆମକୁ ରକ୍ଷ୍ୟା କରି ଥାନ୍ତା କିଏ

ମାଆ କୁ କେହି ହତାଦର କରନ୍ତୁ ନାହିଁ ।।


 ଥରେ ଭାବିକି ଦେଖନ୍ତୁ ତ ଆମ ଗୋଡ ରେ 

କଣ୍ଟା ଟେ ଫୁଟି ଗଲେ ଆମେ ସହି ପାରୁନୁ

ଭାବିଲେ ଟିକିଏ ମାଆ କୁ କେତେ କଷ୍ଟ ନ ହେଉ ଥିବ

ଆମ କୁ ଯେତେବେଳେ ଦଶମାସ ଦଶ ଦିନ

ତା ଗର୍ଭ ରେ ଧରି ରଖି ଥାଏ

ସେ କଣ ପଥର କି ନା ତାକୁ 

କିଛି କଷ୍ଟ ହେଇ ନଥାଏ ମାଆ ଆମ ପାଇଁ ସବୁ କଷ୍ଟ 

ସହି ଯାଉଛି ହେଲେ ଆମେ କଣ କରୁଛୁ ତା ପାଇଁ ?


ମା ପୁଅ ର ଦେହ ର ଦେହ ଟିକେ ଖରାପ ହେଇ ଗଲେ 

ରାତି ସାରା ଅନିଦ୍ରା ପୁଅ କଣ କରୁଛି  

ମାଆ ର ଦେହ ଟିକେ ଖରାପ ହେଇ ଗଲେ

ପୁଅ ଅଣଦେଖା କରୁଛି

ମାଆ ବୁଢ଼ୀ ହେଲା ପରେ ପୁଅ ଭାବୁଛି

ମାଆ ଜେମିତି କି ବୋଝ ତା ପାଇଁ

ତାକୁ ଧକା ମାରି ଘରୁ ତଡି ଦେଉଛି

ଥରେ ହେଲେ ଭାବୁନି ସେ ଯାହା ସହ ଏତେ 

ନିଷ୍ଠୁର ବ୍ୟବହାର କରୁଛି ତା ପାଇଁ ତ ଦୁନିଆ କୁ ଆସିଛି

କାହଁକି ମାଆ ପାଇଁ ଆଜି ଏତେ ଅନ୍ୟାୟ ।


ମାଆ ର ମୂଲ୍ୟ କେତେ ତାକୁ ପଚାର ଯାହା ର ମାଆ ନାହିଁ

ଯିଏ ତା ମାଆ କୁ ପିଲା ବେଳୁ ହରେଇ ଦେଇଛି 

ତାର ସବୁ ଖୁସି ମିଳିଯାଇ ଥାଉ ପାରେ 

କିନ୍ତୁ ମାଆ ର ମୁଣ୍ଡ ଆଉଁସା ସେ କେଉଁ ଠୁ ପାଇବ 

ଯେତେବେଳେ ତାର ସାଙ୍ଗସାଥି କୁ ଦେଖୁଥିବ 

କେମିତି ତାଙ୍କ ମାଆ ତାକୁ ଗେଲ କରୁଛନ୍ତି

ସେ କେତେ କାନ୍ଦୁନଥିବ

କଥା ରେ ଅଛି ମାଆ

ଯାହା ର ନାହିଁ ସାହା ତାହାର ନାହିଁ ।



 ମୁଁ ଏତିକି ଅନୁରୋଧ କରୁଛି 

ମାଆ ଙ୍କୁ ହତାଦର କରନ୍ତୁ ନାହିଁ  

ମା ଆମ କୁ ବହୁ କଷ୍ଟ 

ଯନ୍ତ୍ରଣା ସହି ମଣିଷ କରିଛି  

ହଜାର ମନ୍ଦିର ଗଲେ ଲକ୍ଷେ ପୂଜା

 କଲେ କିଛି ଲାଭ ନାହିଁ  

ଯେଉଁ  ପୁଅ ତା ମାଆ କୁ ହତାଦର କରୁଛି  

ମାଆ କୁ ସମ୍ମାନ ଦିଅନ୍ତୁ ।


      ମା ହେଉଛି ଚଳନ୍ତି ଠାକୁର

     ନ କର ନକି କର କେବେ ହତାଦର

   ଯାହା ବୋଝ ଭାବି ଘରୁ କରୁଛ ବାହାର 

  ଦଶ ମାସ ଦଶ ଦିନ ରହିଥିଲ ଗର୍ଭ ରେ ତାହାର 

     ପାଖରେ ଟଙ୍କା ଅଛି ବୋଲି ଦରକାର ନାହିଁ ମାଆ

ମାଆ ଛଡା ତୁମ ବିପଦ ରେ କେହି ନ କହିବେ ଆହାଃ ।


Rate this content
Log in

Similar oriya poem from Inspirational