STORYMIRROR

sulochana Bisoyi

Inspirational

4  

sulochana Bisoyi

Inspirational

ମାଆ

ମାଆ

1 min
296

କହ କାହା ପାଇଁ କି‌ ଅବା ମନାସି 

     ପୂଜୁଛୁ ତୁ ନିତ୍ୟେ ଦେବ ଅବିନାଶି।


ଚଳନ୍ତି ଦେବତା ନିଜ ଘରେ ଥାଇ‌

     ଏଣେ ତେଣେ ଖୋଜୁ ବ୍ର‌ହ୍ମାଣ୍ଡ ଗୋସାଇଁ।


ତୋ‌ ହିତେ ସାଧନେ କଳ୍ପ ବୃକ୍ଷ ପ୍ରାୟେ

      ସକଳ ଅଭିଷ୍ଟ ପୂରଣ କରାଏ ।


ସନ୍ତାନ ବତ୍ସଳା ,‌ ସ୍ନେହ ପ୍ରଦାୟୀନୀ 

      କରୁଣା ମୁରତି ସିଏ ତୋ ଜନନୀ।


ତୋ ଦୁଃଖେ କାନ୍ଦଇ ତୋ ସୁଖେ ହସଇ

      ଶଙ୍କଟ ରେ ସଦା ତୋର ଆଗେ ଥାଇ।


କେବେ ଯଦି ତୋ ଦେହ ଅସୁସ୍ଥ ହୁଅଇ 

      ଉଜାଗର ରହି ତୋ ସେବା କରଇ।


ତୋତେ ନ ଭୁଞ୍ଜାଇ ନ ଭୁଞ୍ଜଇ କେବେ 

      ରହେ ଯେତେ  ଦୁଃଖେ କି ଅବା ଅଭାବେ।


ତାରା ମଧ୍ୟେ ଶଶୀ ଦିଶଇ ସୁନ୍ଦର

      ମାଆ ଥିଲେ ଘର ଦିଶେ ମନୋହର ।


ଅତି ଯତନରେ ସଜାଏ ଘରକୁ

      କିଏ ଖୁଣି ଦେବ ମାଆ ର ଗୁଣ କୁ।


ତା ପରସେ ଘର ଲାଗେ ସ୍ବର୍ଗପୁର

      ପରସ୍ପରେ ସ୍ନେହ ବଢେ ନିରନ୍ତର।


ପୁତ୍ର ସିନା କେବେ କୁପୁତ୍ର ବୋଲାଇ

      ମାତା କହ କେବେ କୁମାତା କି ହୋଇ।


ସବୁ ଶୋଭା ମୂଳେ ରହିଥାଏ ମାଆ

      ତା ବିନା କେ ଅଛି ସଂସାରେ ତୋ ରାହା।


ଦୂରେ ଥାଉ କିବା ବସି ଉଚ୍ଚାସନେ 

      ପୁତ୍ର ମଥା ନୁଏଁ ସଦା ମା' ର ଚରଣେ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational