STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

ମାଆ

ମାଆ

1 min
221


ପହିଲେ କଥା କହିଲେ

ଯେଉଁ ନାମ ଡାକେରେ

ଅମୃତବୋଳା ସେଇ ନାଁ

ସେନେହର ଧାରାରେ୲୧୲

   ପଡିଗଲେ ମାଟିରେ

   କୋଳେଇ ସେ ନିଏରେ

   ଧୂଳି ଝାଡି ଦିଏରେ

   ଲୁହ ଢାଳୁଥାଏରେ

ନାନାବାୟା ଗାଇରେ

କୋଳେ ଶୋଇ ଦିଏରେ

କୋଳେ ତାର ଥିଲେରେ

ସ୍ବର୍ଗସୁଖ ମିଳେରେ।

   ସୁଖ ଅବା ଦୁଃଖରେ

  ସଦା ଥାଏ ପାଖରେ

  ଧୈର୍ଯ ଭରେ ମନରେ

  ସାହସ ସେ ଦିଏରେ୲୪୲ 

ଦୀପ ସମ ଜଳିରେ

ଆଲୁଅ ସେ ଦିଏରେ

ନିଜେ ଦୁଃଖ ସହିରେ

ସୁଖ ବାଣ୍ଟିଯାଏରେ।୫୲

  ମହୁ ଠାରୁ ମିଠାରେ 

  ଅଛି ଯା'ର ନାମରେ

  କିଏ ତାର ସରିରେ

  ସେ ପରା ମୋ ମାଆରେ।୬୲



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children