Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

4.6  

Pranati Jena

Inspirational Others

ମାଆ ତୁମେ ସାହାପ୍ରଣତି ଜେନା..

ମାଆ ତୁମେ ସାହାପ୍ରଣତି ଜେନା..

1 min
284



ଜୀବନ କୁ ନେଇ ଗଢିଅଛ ସୃଷ୍ଟି 

ଅନ୍ତର ର ଚେତନା ରେ...

ମନ ଗୋପପୁର ହୃଦୟ ମଥୁରା 

ତୁମରି କରୁଣା ଧାରେ.... 


ଏନ୍ତୁଡ଼ି ଶାଳରୁ ଜୀବନ ଆରମ୍ଭ 

ନିରବ ସାଧନା ପଥେ... 

ଯାହାକୁ ଅର୍ଜିଛି କାମନା ଘାଟରେ 

ଫଳ ହୋଇ ଫଳିଥାଏ.... 


ଅଜ୍ଞାନ ତିମିର ଅନ୍ତର ରେ ମୋର 

ମିଥ୍ୟା ଅଂହକାର ନେଇ.... 

ବେଦନା ଆଣଇ ଜୀବନ ସାଗର 

ଥଳ, କୁଳ ପାଉନାହିଁ..... 


ବାସନା ଯଂଜ୍ଞ ରେ ଯୁକ୍ତ, ଅନୁରକ୍ତ 

ତମାମ ଜୀବନ ମୋର... 

ନୟନ ଭିଜଇ ଦୁଃଖେ ଅନୁତପ୍ତ

ବିବଶତା ହୃଦୟର..... 


ଚିରନ୍ତନ ନୁହେଁ ଜୀବନ ତ ଏଠି

ଜାଣି ଅଜଣା ଟି ମୁହିଁ.... 

ବନ୍ଦନା, ସାଧନା ଭୁଲିଲି କିପରି 

ମାଆ କୁ ଝିଅ ମୁଁ ହୋଇ..... 


ଭାବଶୂନ୍ୟ ହେଲା ଅନୁଭବ ମୋର 

ତୋର ସଂଯୁକ୍ତ ର ସ୍ୱର.... 

କାମନା ଅଙ୍ଗନେ ଶ୍ରୀମୁଖ ତୋହର 

ଖୋଜୁଛି ଆତ୍ମା ରେ ମୋର.... 


ଜଡ଼ ଠାରୁ ଜୀବ ବ୍ରହ୍ମ ରୁ ଅକ୍ଷର 

ତୋ କୃପା କଟାକ୍ଷ ବାରି.... 

ଭିଜାଇ ଦେ ମାଆ ଜୀବନକୁ ମୋର 

ନ କରି ମା ହତଶିରି..... 


ବିଷୟ, ବାସନା ଦୂର କରି ମୋର 

ତୋ ଶରଧା ଭାବ ଦେଇ.....

ନୂଆ ସକାଳ ର ଅନୁଭବତାର 

ମହାର୍ଘ୍ୟ ଆବେଗ ହୋଇ.... 


ମୋ ହୃଦୟର ଅଛପା ଅକ୍ଷର ର 

ଏକମାତ୍ର ଗୁରୁ ମୋର.... 

ଆସ, ଆସ ମାଆ ପରଖି ଭକ୍ତିର

କରିନିଅ ଆପଣାର.... 





Rate this content
Log in

Similar oriya poem from Inspirational