STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ମାଆ ପରି କିଏ ହେବ

ମାଆ ପରି କିଏ ହେବ

1 min
228


ମାଆ ବୋଲି ଯେଉଁ ଦୁଇଟି ଅକ୍ଷର 

ମନରୁ ହୃଦୟ ଯାଏଁ 

ସମୁଦ୍ର ସେପାରି ଦୂରଦିଗବଳୟ ଛୁଇଁଯାଏ 

ବୋଉ ବୋଲି ଯେଉଁ ମନଛୁଆଁ ଡାକ 

ଭୁଲିବ କେମିତି କିଏ 

ମନ ଦରପଣେ ଗୁଣୁ ଗୁଣୁ କିଏ ଗାଏ 

ମାଆ ବୋଲି ଯାର ପଣତ ତାହାର 

କେତେ ଲହୁ ଲୁହ ପିଏ 

ଦୁଃଖରେ ସୁଖରେ ଚାମର ସେ ସାଜିଥାଏ 

ମାଆ ବୋଲି ଯାର ହୃଦୟ ତାହାର 

ସରଗ ସମାନ କହେ 

ସାଗର ପରି ଗଭୀର ପ୍ରେମ ଫଲଗୁଟିଏ 

ମାଆ ବୋଲି ଯାର ମନଟି ତାହାର 

ପଦ୍ମ ପରି ଉଭା ହୁଏ 

ନିବିଡ଼ତା ଭରା ଆଲିଙ୍ଗନ ସନ୍ତାନ ପାଏ 

ବୋଉ ବୋଲି ଯେଉଁ ଅଢେଇ ଅକ୍ଷର 

କି ଅମୃତ ମୟ ସିଏ 

ସ୍ନେହ ମମତା ପ୍ରୀତି ର ନଈ ଟିଏ 

ମାଆ ବୋଲି ଯାର ସରାଗ ତାହାର 

ଆକାଶ ଠୁ ଉଚ୍ଚା ରହେ 

ତାପରି ନାଉରୀ ଥିଲେ ନା ଭାସିଭାସି ଯାଏ

ବୋଉ ବୋଲି ଯାର ମାତୃତ୍ୱ ତାହାର 

ଧରଣୀ ପରି ସର୍ବଂସହା ମାଆ ଟିଏ 

ଦୟା କ୍ଷମା ଶାହନଶୀଳତା ଭରା ଫୁଲଟିଏ 

ବୋଉ ବୋଲି ଯାର ଡାକଟି ତାହାର ସଭିଙ୍କ ପରାଣ ଛୁଏଁ 

ଡାକରେ ଦୁଃଖ କଷ୍ଟ ଯନ୍ତ୍ରଣା କୁଆଡେ ଯାଏ 

ବୋଉ ଯାର ଅଛି ଏ ସଂସାରେ 

ଭାଗ୍ୟବାନ ଅଟେ ସିଏ 

ସରଗ ସୁଖ ମର୍ତ୍ତେ ପାଇ ସୁଖୀ ହୁଏ 

ବୋଉ ଶବ୍ଦ କୁ ବୁଝିଛି ଯିଏ 

ମଣିଷପଣିଆ ଭିତରେ ମଣିଷ ସିଏ 

ଶୀର ଉଚ୍ଚା କରି ବାଟ ଚାଲିବାର ବଳପାଏ 

ବୋଉ ଯାର ନାହିଁ ଶ୍ରୀମନ୍ଦିରନେତ ଅନେଇ 

ଅନୁଭବ କରି, ସବୁକିଛି ପାଇଯାଏ 

ବୋଉ ଅବା ମାଆ ଶବ୍ଦ ଗୀତା ପରି 

ସଦା ମତେ ଅନୁଭବ ହୁଏ 

ମାଆ ମୋର ଏକ ଛନ୍ଦମୟୀ କବିତା 

ଉପମା ଅବା ତୁଳନା ଯାର ନଥାଏ 

ଶ୍ରେଷ୍ଠ ଶିକ୍ଷୟିତ୍ରୀ ଶ୍ରେଷ୍ଠ କବୟିତ୍ରୀ 

ପରବାର ର ଆହୁଲା ଟିଏ 

ଆକତା ମାକତା ହେଲାବେଳେ ପଥଧାରେ 

ଚନ୍ଦନ ପ୍ରଲେପ ସିଏ 

ତା କଥାର ଯାଦୁରେ ପିଲାଦିନୁ ଆଜିଯାଏଁ 

ନୟନ ମୁଦ୍ରିତ ମୁଦ୍ରାରେ ଥାଏ 

ଆସୁ ଯେତେ ଝଡ଼ ଝଞ୍ଜା କି ଝାଞ୍ଜି 

କବଚ କୁଣ୍ଡଳ ପିନ୍ଧାଇ ଦିଏ 

ପାଦରେ ଫୁଟିଲେ କଣ୍ଟାଟିଏ କେବେ 

ତା ହୁଦୟ ରୁ ରୁଧିର ବହେ 

କୋଉ ଉପାଦାନେ ଗଢ଼ା ମାଆ ମୋର 

ଜାଣି ବି ଜାଣିନି ଏଯାଏଁ 

ସ୍ୱର୍ଗ ଗଛର ଅମୃତ କଳସୀ ଫୁଲ ପାରିଜାତ 

ମୋ ମାଆ ପରି ହେବ କିଏ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract