ମାଆ ପରି କିଏ ହେବ
ମାଆ ପରି କିଏ ହେବ
ମାଆ ବୋଲି ଯେଉଁ ଦୁଇଟି ଅକ୍ଷର
ମନରୁ ହୃଦୟ ଯାଏଁ
ସମୁଦ୍ର ସେପାରି ଦୂରଦିଗବଳୟ ଛୁଇଁଯାଏ
ବୋଉ ବୋଲି ଯେଉଁ ମନଛୁଆଁ ଡାକ
ଭୁଲିବ କେମିତି କିଏ
ମନ ଦରପଣେ ଗୁଣୁ ଗୁଣୁ କିଏ ଗାଏ
ମାଆ ବୋଲି ଯାର ପଣତ ତାହାର
କେତେ ଲହୁ ଲୁହ ପିଏ
ଦୁଃଖରେ ସୁଖରେ ଚାମର ସେ ସାଜିଥାଏ
ମାଆ ବୋଲି ଯାର ହୃଦୟ ତାହାର
ସରଗ ସମାନ କହେ
ସାଗର ପରି ଗଭୀର ପ୍ରେମ ଫଲଗୁଟିଏ
ମାଆ ବୋଲି ଯାର ମନଟି ତାହାର
ପଦ୍ମ ପରି ଉଭା ହୁଏ
ନିବିଡ଼ତା ଭରା ଆଲିଙ୍ଗନ ସନ୍ତାନ ପାଏ
ବୋଉ ବୋଲି ଯେଉଁ ଅଢେଇ ଅକ୍ଷର
କି ଅମୃତ ମୟ ସିଏ
ସ୍ନେହ ମମତା ପ୍ରୀତି ର ନଈ ଟିଏ
ମାଆ ବୋଲି ଯାର ସରାଗ ତାହାର
ଆକାଶ ଠୁ ଉଚ୍ଚା ରହେ
ତାପରି ନାଉରୀ ଥିଲେ ନା ଭାସିଭାସି ଯାଏ
ବୋଉ ବୋଲି ଯାର ମାତୃତ୍ୱ ତାହାର
ଧରଣୀ ପରି ସର୍ବଂସହା ମାଆ ଟିଏ
ଦୟା କ୍ଷମା ଶାହନଶୀଳତା ଭରା ଫୁଲଟିଏ
ବୋଉ ବୋଲି ଯାର ଡାକଟି ତାହାର ସଭିଙ୍କ ପରାଣ ଛୁଏଁ
ଡାକରେ ଦୁଃଖ କଷ୍ଟ ଯନ୍ତ୍ରଣା କୁଆଡେ ଯାଏ
ବୋଉ ଯାର ଅଛି ଏ ସଂସାରେ
ଭାଗ୍ୟବାନ ଅଟେ ସିଏ
ସରଗ ସୁଖ ମର୍ତ୍ତେ ପାଇ ସୁଖୀ ହୁଏ
ବୋଉ ଶବ୍ଦ କୁ ବୁଝିଛି ଯିଏ
ମଣିଷପଣିଆ ଭିତରେ ମଣିଷ ସିଏ
ଶୀର ଉଚ୍ଚା କରି ବାଟ ଚାଲିବାର ବଳପାଏ
ବୋଉ ଯାର ନାହିଁ ଶ୍ରୀମନ୍ଦିରନେତ ଅନେଇ
ଅନୁଭବ କରି, ସବୁକିଛି ପାଇଯାଏ
ବୋଉ ଅବା ମାଆ ଶବ୍ଦ ଗୀତା ପରି
ସଦା ମତେ ଅନୁଭବ ହୁଏ
ମାଆ ମୋର ଏକ ଛନ୍ଦମୟୀ କବିତା
ଉପମା ଅବା ତୁଳନା ଯାର ନଥାଏ
ଶ୍ରେଷ୍ଠ ଶିକ୍ଷୟିତ୍ରୀ ଶ୍ରେଷ୍ଠ କବୟିତ୍ରୀ
ପରବାର ର ଆହୁଲା ଟିଏ
ଆକତା ମାକତା ହେଲାବେଳେ ପଥଧାରେ
ଚନ୍ଦନ ପ୍ରଲେପ ସିଏ
ତା କଥାର ଯାଦୁରେ ପିଲାଦିନୁ ଆଜିଯାଏଁ
ନୟନ ମୁଦ୍ରିତ ମୁଦ୍ରାରେ ଥାଏ
ଆସୁ ଯେତେ ଝଡ଼ ଝଞ୍ଜା କି ଝାଞ୍ଜି
କବଚ କୁଣ୍ଡଳ ପିନ୍ଧାଇ ଦିଏ
ପାଦରେ ଫୁଟିଲେ କଣ୍ଟାଟିଏ କେବେ
ତା ହୁଦୟ ରୁ ରୁଧିର ବହେ
କୋଉ ଉପାଦାନେ ଗଢ଼ା ମାଆ ମୋର
ଜାଣି ବି ଜାଣିନି ଏଯାଏଁ
ସ୍ୱର୍ଗ ଗଛର ଅମୃତ କଳସୀ ଫୁଲ ପାରିଜାତ
ମୋ ମାଆ ପରି ହେବ କିଏ?