Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparajita Sarangi

Abstract Classics Inspirational

3  

Aparajita Sarangi

Abstract Classics Inspirational

ମାଆ ଓ ମୋ ନିଃଶବ୍ଦ ଇଲାକା

ମାଆ ଓ ମୋ ନିଃଶବ୍ଦ ଇଲାକା

1 min
191


ନିଃଶବ୍ଦ ଇଲାକା ଓ ମୁଁ

ସତେକି ଆମେ ଦୁହେଁ ଖୁଵ ପରିଚିତ

ଖୁଵ ଭଲ ପାଏ ଜୀବନର

କେତୋଟି ଶାନ୍ତିର ମୁହୂର୍ତ୍ତ

ଏକକୁ ଦଶ କରି ଦେଖାଇବାର

କୁହେଳିକା ଠାରୁ ଖୁଵ ଦୂରରେ

ମୁଁ ଓ ମୋ ଏକାକୀତ୍ୱ

ମିଛର ତାୱାରେ ଉଚ୍ଚାକାଂକ୍ଷାର ରୁଟି

ସେକିବାର ଇଚ୍ଛା କେବେ କରିନାହିଁ ମୋତେ

ଆକର୍ଷିତ, ନୁହେଁ ମୁଁ ଅଲୋଡ଼ା ସୁଖର ଇପ୍ସିତ

କରିଛି ସଂକଳ୍ପ ନଵ ରାତ୍ରିର କୋଳାହଳ ର

ଚକ ମକ ଆଲୁଅରେ

ହେବି ନାହିଁ ଜାକ ଜକମରେ ବିହ୍ଵଳ

ଦେଇନାହିଁ ସୁଗନ୍ଧିତ ପୁଷ୍ପ ମା'ଲୋ ତୋ ପଦ କମଳରେ

ଫୁଙ୍କି ନାହିଁ ପଞ୍ଚଜନ୍ୟ ଶଙ୍ଖ ତୋ ପାର୍ବଣରେ

ରଖିନାହିଁ ସୁସ୍ୱାଦୁ ପକ୍ୱ ଫଳ ତୋ ସମୀପରେ

ତଥାପି ଜାଣେନା ମୁଁ କାହିଁ ତତେ

ଏତେ ଭଲ ପାଏ ଜୀଵନ ଜଞ୍ଜାଳେ

ରହି ରହି ଭାବନାରେ ଆସୁ

ସ୍ମୃତି ଫରୁଆରେ.... ସ୍ମୃତି ଫରୁଆରେ....

ମୁଁ ଓ ମୋ ନିଃଶବ୍ଦ ଇଲାକା ଲୋ ମାଆ 

ତୋତେ ଭଲ ପାଏ... ମାଆ ତୋତେ ଭଲ ପାଏ ll

ସମାପ୍ତ ll



Rate this content
Log in

Similar oriya poem from Abstract