ମାଆ ଓ ମମତା
ମାଆ ଓ ମମତା
ମାଆ ଶବ୍ଦ ଥରେ ଉଚ୍ଚାରଣ କଲେ
ଅମୃତ ପଡ଼ଇ ଝରି
କୋଟି ତୀର୍ଥ ପଡ଼େ ସେ ନାମଠୁ ଛୋଟ
କିଏ ହେବ ତାର ସରି
ମମତା ଯାହାର ନିର୍ଝରିଣୀ ଗଙ୍ଗା
ପଣତ ତା ଶ୍ରୀମନ୍ଦିର
କୋଟି ତୀର୍ଥ ପୁଣ୍ୟ ଯାର ପାଦ ତଳେ
ସେ ଚରଣେ ନମସ୍କାର
ବକ୍ଷ ଜା ବସୁଧା ସ୍ନେହ ମଧୁ ସୁଧା
କରୁଣାର ପାରାବାର
ଯେଁଉ ନାମ ଥରେ ଉଚ୍ଚାରଣ କଲେ
ସବୁ ପାପ ହୁଏ ଦୂର
ସନ୍ତାନ ବତ୍ସଳା କରୁଣା ସାଗର
ପବିତ୍ର ପାପ ନାସିନୀ
ମମତା ବାରିଶି ସରଗର ଶଶି
ଶୀତଳ ପରସ ବୁଣି
ନିଜେ ଦୁଃଖ ସହି ହସ ବାଣ୍ଟୁଥାଏ
ପ୍ରତି ସନ୍ତାନଙ୍କ ମୁଖେ
କେତେ ଦେବା ଦେବୀ ନିତି କରେ ପୂଜା
ସନ୍ତାନ ରୁହନ୍ତୁ ସୁଖେ
ମାଆ ଠାରୁ ବଳି ବଡ ଦେବତାକେ
ସଂସାର ଭିତରେ ନାହିଁ
ମାଆ ଭଗବାନ ଶାନ୍ତିର ସନ୍ଧାନ
କୋଟି ପ୍ରଣାମ କରଇ
କୋଟି ପ୍ରଣାମ କରଇ
ମାଆ ନାମରେ ମଧୁ ବରଷେ
ମାଆ ନାମରେ ସୁଧା
ମାଆ ବିହୁନେ ସାରା ସଂସାର
ହୁଏ ଅଧୁରା ଅଧା
ହୁଏ ଅଧୁରା ଅଧା ll