STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ମାଆ ମୁଁ କରୁଛି ଅଳି

ମାଆ ମୁଁ କରୁଛି ଅଳି

1 min
219


ମାଆ ତୋ ଚରଣେ କରୁଛି ଅଳି

ଦେବୁ ତୋ କରୁଣା ମଥାରେ ଢାଳି।


ସବୁରି ପରାଣେ ଖେଳେ ଆତଙ୍କ

ବିଶ୍ୱରେ ପଡ଼ିଛି ମହାସଙ୍କଟ।


ସବୁରି ପରାଣ ସଢେ଼ ଦୁଃଖରେ

ସୁଖ ହଜି ଗଲା ଅଧା ବାଟରେ।


ପଥର ଦେଉଳ ଭିତରେ ବସି

ମାଆ ତୋ ଆଶିଷ ଦେ ପରଷି।


ସବୁରି ମୁହଁରେ ଭରି ଦେ ହସ

ହସନ୍ତୁ ଜନତା ହସୁ ମୋ ଦେଶ।



Rate this content
Log in

Similar oriya poem from Inspirational