STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ମାଆ, ମାତୃଭୂମି, ମାତୃଭାଷା

ମାଆ, ମାତୃଭୂମି, ମାତୃଭାଷା

1 min
270


ମାଆ, ମାତୃଭୂମି, ମାତୃଭାଷା ପ୍ରତି ମମତା ନାହିଁ ଯାହାର

ତାଙ୍କୁ ଯଦି ଜ୍ଞାନୀ,ଗୁଣୀ ମଣ୍ଡଳୀରେ ଦେଉଥିବ ପୁରସ୍କାର

ନିଶ୍ଚୟ ଦୁର୍ଦ୍ଦଶା ଘୋଟିବ ସମାଜେ ମାଡିଆସିବ ଅନ୍ଧାର

ଅରାତି ଅଚିରେ କରାୟତ କରି ଯାତନା‌ ଦେବ ଅପାର ।।


ଅଜ୍ଞାନ ମେଳରେ ଜ୍ଞାନୀ ନିରବରେ ସମୟ କାଟାଇ ଦିଏ

ଭେକରାବ ଶୁଣି କୋଇଲି ଯେମନ୍ତ ନିଃଶଦ୍ଦେ ନିରବି ଯାଏ

ପଣ୍ତିତ ଗହଣେ ମୁରୁଖ ଯେମନ୍ତ ବସିଥାଏ ‌ନୋଇଁ ମଥା

ଦିଶଇ ଏମନ୍ତ ପଣ୍ଡିତ କୁହନ୍ତି ହଂସ ମଧ୍ୟେ ବକ ଯଥା ।।


ଦୁର୍ଦ୍ଦିନ ଆସିଲେ ଦୁର୍ଦ୍ଦଶା ଘୋଟିଲେ ମୁରୁଖ ଲଭେ ଆସନ

ମାତୃଭୂମି ମାତୃ ଭାଷାର ମମତା ବୁଝେ କି ଅଜ୍ଞାନ ଜନ

ହତଶୀରି ହୁଏ ମାଆ ମାଟି ପୁଣି ମାତୃଭାଷା ହୁଏ ଜୁର

ଯୋଗ୍ୟ ମଣିଲେରେ ଏପରି ଜନ ଯେ ଅଯୋଗ୍ୟ ପୁଜ୍ୟପୂଜାର ।।


      “ଗଙ୍ଗାଧର ଉବାଚ”

ମାତୃଭୂମି ମାତୃ ଭାଷାର ମମତା ଯା ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational