ମାଆ ବିରଜା
ମାଆ ବିରଜା
ଚଣ୍ଡୀ ଚାମୁଣ୍ଡା ଚୌଷଠି ଯୋଗିନୀ
ମାହେଶ୍ୱରୀ ମାଆ ଉମା
ଶିବାର୍ଥ ସାଧିକା ଯଜ୍ଞ ସମ୍ଭୁତା
ଦୁର୍ଗେଶ୍ୱରୀ ମା ବିରଜା ।
ଉଦ୍ଧରେ ମା ନର୍କୁ ତାରେ ବୈତରଣୀ
ତପ୍ତ ମୃତ୍ୟୁ ଲୋକ ଶଯ୍ୟା
ଜୀବନ ଦାୟିନୀ ମାତା ହିଁ ସଂସ୍କାର
ମାତା ଧର୍ମ ମାତା ପୂଜ୍ୟା
ଜୟ ମାତୃଶକ୍ତି ପରମ ଆରାଧ୍ୟା
ଜୟ ଜୟ ମା ବିରଜା ।
ଚଣ୍ଡୀ ଚାମୁଣ୍ଡା-----
ମାଆ ସୃଷ୍ଟି ମୂଳ ଜୀବନ ଆଧାର
ଅମୃତ ମାଆ ମମତା
ମାଆ ପାଦପଦ୍ମ ମୁକ୍ତି ମହାତୀର୍ଥ
ଅତୁଲ୍ୟା ମାଆ ଅନନ୍ୟା
ମାତା ଗରୀୟସୀ ସୁଖଦା ବରଦା
ଉଡ଼େ ତାର ସିଂହ ଧ୍ଵଜା ।
ଚଣ୍ଡୀ ଚାମୁଣ୍ଡା----
ପ୍ରଖରୁ ମା ତେଜ ଗରଜୁ ମା ସିଂହ
ଦିବ୍ୟ ଅସ୍ତ୍ର ଶୂଳ ଶକ୍ତି
ବିନାଶୁ ଦୁର୍ଗତି ଦୁର୍ମତି ଅଗତି
ଆସୁରୀ ଅଧର୍ମ ସନ୍ଧି
ସୁଗୁଣ ସମ୍ପନ୍ନେ ତୋ ବୀର ସନ୍ତାନ
ହେଉ ଜ୍ଞାନୀ ବଳବୀର୍ଯ୍ୟା ।
ଚଣ୍ଡୀ ଚାମୁଣ୍ଡା ------
