ମାଆ -୭
ମାଆ -୭
ଯେତେ ଅବହେଳା କଲେ ବି
ସେ ଦିଏ ନାହିଁ ଅଭିଶାପ,
ଯେତେ ଦୁଃଖ ଦେଲେ ମଧ୍ୟ
କରେନି ସନ୍ତାପ ।
ସବୁବେଳେ ଆଶୀର୍ବାଦ ଦିଏ
ଶୁଭ ବି ମନାସେ,
ମନରେ କଷ୍ଟ ହେଲେ ବି
ମୁରୁକି ସେ ହସେ ।
ସନ୍ତାନର ସୁଖ ଦେଖି ହୁଏ
ସେ ଆତ୍ମ ବିଭୋର,
କଷ୍ଟ ଦେଖି ଦେଲେ ନୟନରୁ
ବହେ ଅଶ୍ରୁ ଧାର ।
ତ୍ୟାଗ ହିଁ ପରମ ଧର୍ମ
ସବୁବେଳେ ଶିକ୍ଷା ଦିଏ,
ତା' କୋଳରେ ଜନମିଛି
ନୁହେଁ କେହି ମୋ ମା' ସିଏ ।
ସୁଖ ନିଦ୍ରା ଦେଇଥାଏ
ରାତି ରହି ଉଜାଗର,
ମମତା,ସ୍ନେହର ପୁଣି
ମୋ ଜ୍ଞ।ନର ଗନ୍ତାଘର ।
ଶତ ଜନ୍ମ ନେଲେ ମଧ୍ୟ୍ୟ
ଋଣ ଶୁଝି ପାରିବାନି,
ଯେତେ ଶୁଝିଲେ ବି ଏହା
ବାକି ରହିଥିବ ପୁଣି ।