STORYMIRROR

Banabihari Mishra

Abstract

3  

Banabihari Mishra

Abstract

ମା

ମା

1 min
284

ମୋ କୋଳ ତୋ ରମ୍ୟ ହର୍ମ୍ୟ ସୁଉଚ୍ଚ ପ୍ରାସାଦ

ମୋ ଗଣ୍ଠିଧନ ତୋ ପାଇଁ ମୋ ମନ ଆନନ୍ଦ

ଲହୁକୁ ଫଟେଇ ପାଣି ସ୍ବେଦ ଝରାଇଛି

ଏତେ ଦୁଃଖ ଯନ୍ତ୍ରଣା ମୁଁ କା' ପାଇଁ ସହିଛି?


ତୋତେ ପାଇ ଭାବେ ଏକା ସୁଖୀ ମୁଁ ସଂସାରେ

ବକ୍ଷ ଚିରି ଉଦର ତୋ ଅମୃତରେ ଭରେ

କେତେ ଅର୍ଦ୍ଧାହାରେ ଅନାହାରେ ମୁଁ ରହିଛି

ଏତେ ଦୁଃଖ ଯନ୍ତ୍ରଣା ମୁଁ କା' ପାଇଁ ସହିଛି?


ତୁ କାନ୍ଦିଲେ ଭିଜାଇଛି ମୁଁ ଦୁଇ ନୟନ

ପଣତେ ଶୁଆଇ କରେ ଭୂମିରେ ଶୟନ

ତୋ ଓଠରେ ହସ ଦେଖି ଦୁଃଖ ମୁଁ ଭୁଲିଛି

ଏତେ ଦୁଃଖ ଯନ୍ତ୍ରଣା ମୁଁ କା' ପାଇଁ ସହିଛି?


ତୋତେ ଛାତିରେ ଲଗାଇ ହୁଏ ପୁଲକିତ

ତୁ ମୋ ପାଶେଥିଲେ ମୋତେଲାଗେ ଗ୍ରୀଷ୍ମେ ଶୀତ

କେତେ ନିଶୀଥିନି ବିନା ନିଦ୍ରାରେ କଟିଛି

ଏତେ ଦୁଃଖ ଯନ୍ତ୍ରଣା ମୁଁ କା' ପାଇଁ ସହିଛି?


ତୁ ମୋର ସନ୍ତାନ ଅଟୁ ମୁଁ ତୋର ଜନନୀ

ତୋତେ ମୋଠାରୁ କେବେ ମୁଁ ଅଲଗା ଭାବିନି

ତୋତେ ପାଇ ସଂସାରର ସୁଖ ମୁଁ ପାଇଛି

ସବୁ ଦୁଃଖ ଯନ୍ତ୍ରଣା ମୁଁ ତୋ ପାଇଁ ସହିଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract