ମା
ମା
ଅମୃତ ଝରା ଗଙ୍ଗାର ଧାରା
ସୁମଧର ମୟୀ ଚିର ଚଞ୍ଚଳା
ସୁଦୀର୍ଘ ବେଳାଭୂମି ନିଶ୍ଚଳ
ସୀମାହିନ ଦରିଆ ପରି
ବହିଯାଏ ନିରବ ପଥ ଧରି ।
ସେନେହ ମୟୀଜନନୀ ସେ
ମାତୃ ରୂପେ ଜନନୀ
ବନ୍ଧୁ ରୂପେ ବାନ୍ଧବୀ ସେ
କରୁଣାମୟୀ ନବ ତରୁଣୀ ।
ସୁନ୍ଦର ଗୃହର ଗୃହିଣୀ ସେ
ଶାମୁକା ମଧ୍ୟର ମୁକ୍ତା
ବିଜୁଳି ପରି ଚଞ୍ଚଳ ସେ
ସମୁଦ୍ର ଜୁଆର ପରି କ୍ଷୁଦ୍ର ।
ପୃଥିବୀ ର ମଙ୍ଗଳ ପାଇଁ
ସାଜେ ବିନାଶ କାରଣି
ପ୍ରଦୀପ ପରି ଉଜ୍ବଳ ସେ
ଫୁଲ ପରି କୋମଳ ।
କୋମଳମତୀ ନାରୀ ସେ,
ସତ ଅବା ଫୁଲ ଝରି।