Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ମା

ମା

1 min
402



ମା' ଶବ୍ଦ, ଏକ ଚିହ୍ନ ଅନାବିଳ ସ୍ନେହ ଓ 

ଅତୁଟ ମମତାର

'ମା' ଗରଭେ ଧରି ସନ୍ତାନକୁ ଯୋଗାଇ 

ଥାଏ ମଧୁର ନୀର ।


'ମା' ଅଟେ ଆଲୋକ, ଆଦର ଆଦର୍ଶ 

ବାତ୍ସଲ୍ୟ ଆତ୍ମୀୟତାର 

'ମା', ଧରିତ୍ରୀରେ ଶ୍ରଦ୍ଧାମୟୀ ପ୍ରେମମୟୀ 

ନାରୀରୂପୀ ଅବତାର ।


ସହି ସବୁରି ତାଡନା, ଗାଲିଚା ବିଛାଏ ମା,

ଅନନ୍ୟ ପସରା ଶ୍ରଦ୍ଧାର 

ଆସିଥାଏ ଝରି ମା ଶବଦ, ଦରୋଟି ଓଠ

ରୁ ପ୍ରଥମେ ଶିଶୁର ।


ଶିଶୁ ହୁଅଇ ପ୍ରସ୍ତୁତ ଶୈଶବ ଜୀବନରୁ 

ସେବା ଯତ୍ନରେ ମା'ର 

ଛୋଟରୁ ବଡ କରି, ସନ୍ତାନକୁ ଦିଏ ମା 

ଉତ୍ସାହ ଓ ଉତ୍ତମ ବିଚାର ।


ସରବ କରମ ଶିକ୍ଷା ଦିଏ ମା, ସେ ପ୍ରଥମ 

ଶିକ୍ଷୟତ୍ରୀ ଶିଶୁର 

ଶିଶୁ ଶିଖିଥାଏ ମା ଠାରୁ ବିଭିନ୍ନ ଗୁଣ, ଯଥା

ସେନେହ ଓ ଆଦର ।


ବିପଦ ଆପଦେ ସଂଚରେ ମଣିଷର ସାହସ,

ଦାନ ତ ମାଆର

ଜନନୀକୁ ମୁଁ ଭାବେ ସବୁଠୁ ମହାନ, ପ୍ରଣାମ 

କରେ ମୋ ଅନ୍ତର ଭିତର ।


Rate this content
Log in

Similar oriya poem from Abstract