ମା
ମା
ମମତାଭରା ତୋ କଅଁଳସ୍ପର୍ଶରେ
ପୁରିଯାଏ ମୋର ପେଟ।
ତୋରି ହାତକୁଧରି ଚାଲୁଥିବି
ଜୀବନର ଲମ୍ବା ବାଟ ।
କେତେ ସହିଅଛୁ ଅଳିଅରଦଳି ମୋର
ସହିଛୁ କେତେ ତୁ କଷ୍ଟ ।
ତୋରି କୋଳରେ ଶୋଇଗଲେ ଥରେ
ପୁରିଯାଏ ମୋର ପେଟ।
ଯଦି ଠାକୁର ବୋଲିକି ଅଛି ଜଣେ କେହି
ସେଇ ଏକା ତୁ ମୋ ମା ।
ନିଜର ଜୀବନ ହାରିବି ପଛକେ ତଳକୁ
ହେବନି କେବେ ତୋ ନା।
ତୋରି ପାଇଁଲୋ ପାଇଲି ଏ ଜୀବନ
ଦେଖିଲି ବିଶାଳ ଦୁନିଆ।
ବିପଦେ ଆପଦେ ମୋ ପାଖେ ଥାଉ
ଖୋଲି ଦେଇ ତୋର ବାହା।
କିମିତି କେଜାଣି ଦୁନିଆରେ ଲୋକେ
ମାକୁ କରନ୍ତି ପର।
ସ୍ୱପ୍ନକୁ ଜାଳିଲା ତୋ ପାଇଁ ଯିଏ
ନାହିଁ ତା ପାଇଁ ତର।
ହାଏରେ ବିଧାତା ସଦବୁଦ୍ଧି ଦିଏ
ଏ ବିଶାଳ ମଣିଷ ଜାତିକୁ।
ତୁମଠାରୁ ମଧ୍ୟ ବଡ ଅଟେ ସିଏ
ମାନ ତୁମେ ମଧ୍ୟ ଯାହାକୁ।
ପରକଥା ଶୁଣି ନିଜର ମାଆକୁ
ଯେଉଁ ମୂର୍ଖ କରେ ଅପମାନ।
ଜୀବନ ଯୁଦ୍ଧରେ ହାରିଯାଏ ସେ
ମିଳେନି ନର୍କରେ ସ୍ଥାନ ।