STORYMIRROR

Papu parida

Abstract Inspirational Others

3  

Papu parida

Abstract Inspirational Others

ମା

ମା

1 min
177


ମମତାଭରା ତୋ କଅଁଳସ୍ପର୍ଶରେ  

ପୁରିଯାଏ ମୋର ପେଟ।

ତୋରି ହାତକୁଧରି ଚାଲୁଥିବି 

ଜୀବନର ଲମ୍ବା ବାଟ ।


କେତେ ସହିଅଛୁ ଅଳିଅରଦଳି ମୋର 

ସହିଛୁ କେତେ ତୁ କଷ୍ଟ ।

ତୋରି କୋଳରେ ଶୋଇଗଲେ ଥରେ 

ପୁରିଯାଏ ମୋର ପେଟ।


ଯଦି ଠାକୁର ବୋଲିକି ଅଛି ଜଣେ କେହି

ସେଇ ଏକା ତୁ ମୋ ମା ।

ନିଜର ଜୀବନ ହାରିବି ପଛକେ ତଳକୁ

ହେବନି କେବେ ତୋ ନା।


ତୋରି ପାଇଁଲୋ ପାଇଲି ଏ ଜୀବନ

ଦେଖିଲି ବିଶାଳ ଦୁନିଆ।

ବିପଦେ ଆପଦେ ମୋ ପାଖେ ଥାଉ

ଖୋଲି ଦେଇ ତୋର ବାହା।


କିମିତି କେଜାଣି ଦୁନିଆରେ ଲୋକେ

ମାକୁ କରନ୍ତି ପର।

ସ୍ୱପ୍ନକୁ ଜାଳିଲା ତୋ ପାଇଁ ଯିଏ

ନାହିଁ ତା ପାଇଁ ତର।


ହାଏରେ ବିଧାତା ସଦବୁଦ୍ଧି ଦିଏ

ଏ ବିଶାଳ ମଣିଷ ଜାତିକୁ।

ତୁମଠାରୁ ମଧ୍ୟ ବଡ ଅଟେ ସିଏ

ମାନ ତୁମେ ମଧ୍ୟ ଯାହାକୁ।


ପରକଥା ଶୁଣି ନିଜର ମାଆକୁ 

ଯେଉଁ ମୂର୍ଖ କରେ ଅପମାନ।

ଜୀବନ ଯୁଦ୍ଧରେ ହାରିଯାଏ ସେ

ମିଳେନି ନର୍କରେ ସ୍ଥାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract