STORYMIRROR

Dr. Pratap Kumar Swain

Inspirational

4  

Dr. Pratap Kumar Swain

Inspirational

ମା

ମା

1 min
251


ସୃଷ୍ଟି ର ଆରମ୍ଭ ତୁହି ସୃଷ୍ଟି ର ବିଲୟ

ତୁ ଥିଲେ ପାଶେ ନ ଥାଏ ଡର କିବା ଭୟ ।


ମୋ ପ୍ରାଣ ର ସ୍ରଷ୍ଟା ତୁ ମୋହର ଜୀବନ

ତୋ ଆଗରେ ବାଢେ ମୋର ରାଗ ଅଭିମାନ।


କରିଛି ମୁଁ କେତେ ଅଳି ସବୁ ଶୁଣୁ ତୁହି

ସବୁବେଳେ ଦେଇଥାଉ ତୁହି ତ ବୁଝାଇ।


ତୋ ଗୀତରେ ମୋ ହାତରେ ଖସିପଡେ ଚାନ୍ଦ

ଧୋ ରେ ବାଇଆ ଡାକରେ ଆସେ ମୋତେ ନିଦ।


ମୋ ହାତକୁ ଧରି ତୁ ଶିଖାଇଛୁ ଚାଲି

ତୋପଣତେ ଝାଡିଛୁ ତୁ ମୋର ଦେହ ଧୂଳି ।


ରାତି ରାତି ଉଜାଗର ରହିଛୁ ତୁ କେତେ

ଦେହ ଖରାପ ହେଲେ ତୁ ସେବା କରୁ ମୋତେ।


କେତେ ଠାକୁରଙ୍କୁ ଡାକୁ ମୋର ଭଲ ପାଇଁ

ବେଳେ ବେଳେ ନ ଖାଇ ତୁ ପଡିଥାଉ ଶୋଇ।


ଘରର ପାଇଟି ସବୁ ସାରୁ ସାଧ୍ଯମତେ

ସତରେ ତୋର ତୁଳନା ନାହିଁ ଏ ଜଗତେ।


ଓଷା ବାର ବ୍ରତ ପୁଣି ଆମ ପାଇଁ କରୁ

ତୋହର ଆଶିଷ ସଦା ଆମ ଶିରେ ଢାଳୁ।


ଆମ ପାଠ ପଢା ପୁଣି ଚାକିରୀ ଟେ ପାଇଁ

କେତେ ଦେବତା ପୂଜିଛୁ ହିସାବ ତା ନାହିଁ ।


ତୋ ପାଖରେ ସମୟ ଯେ ଯାଇଅଛି ହାରି

ଦିନ ରାତି ଖଟୁଥାଉ ଲୁହ ଲହୁ ଢାଳି।


ଉଠିବା ଆଗରୁ ସୂର୍ଯ୍ୟ ଉଠିପଡୁ ତୁହି

ରୋଷେଇ ପର୍ଯ୍ଯନ୍ତ ସବୁ ପ୍ରସ୍ତୁତି ଯେ ଥାଇ।


ସୂର୍ଯ୍ୟ ବୁଡିବା ପରେ ବି ଖଟି ଚାଲିଥାଉ

ଆମ ପାଇଁ ବାପାଙ୍କ ଠୁ ଗାଳି କେତେ ସହୁ।


ପଢିନୁ ତୁ ପାଠ କିନ୍ତୁ ବସିଥାଉ ପାଖେ

ପଢିବାକୁ ଆକଟ ତୁ କରିଅଛୁ କେତେ।


ସଂସାର ର ଅର୍ଥନୀତି ଧରିଥାଉ ହାତେ

ସମ୍ଭାଳୁ ଆର୍ଥିକ ବୋଝ ଆସୁ ଝଞ୍ଜା କେତେ।


ତୋ ପାଇଁ ତ ଅଳଙ୍କାର ତୋର ପୁଅ ଝିଅ

ସମସ୍ତଙ୍କୁ ବାଣ୍ଟୁ ତୋର ଆଶିଷ ଓ ସ୍ନେହ।


ସେଥିପାଇଁ ପ୍ରଭୁ ତୋତେ କଲେ ଗରୀୟାନ 

ଜଗତରେ ଅଟୁ ତୁ ଚଳନ୍ତି ଭଗବାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational