STORYMIRROR

RAKHAL CHANDRA SWAIN

Inspirational

3  

RAKHAL CHANDRA SWAIN

Inspirational

'ମା'

'ମା'

1 min
170


'ମା' ଏକ ଶଦ୍ଦ ନୁହେଁ।

ଏକ ସୃଜନୀ ର ଉତ୍ସ।

ଏକ ନୂତନ ସୃଷ୍ଟି ର କୁମ୍ଭାର ଉହା।

କଞ୍ଚା ମାଟିକୁ ଅଣ୍ଟା ସଳଖି ଠିଆ କରେଇବାର ମଧୁର ପ୍ରତିଶୃତି।


ଏକ, ଗୁରୁକୂଳ ଅନୁଷ୍ଠାନ ର ପ୍ରଥମ ଗୁରୁ।

ଶିକ୍ଷା ସ‍ଂସ୍କାରର ମୂଳ ବିନ୍ଦୁ।


ଚିତ୍ରଗୁପ୍ତ ପାଞ୍ଜିରେ ନିଜର ଆୟୂଷ କୁ ଫେଡି,

ସନ୍ତାନ ଆୟୂଷ ରେ ଯୋଡୁଥିବା, 

ଏକ ବିଶାଳ ହୃଦୟ,

ତ୍ୟାଗ ର ମୂର୍ତ୍ତିମନ୍ତ ପ୍ରତୀକ।


ବକ୍ଷୋଜ ଅମୃତ ସ୍ରୋତକୁ,

ସନ୍ତାନ ଆଁରେ ଅଜାଡ଼ୁଥିବା,

ଏକ ଅମୃତ ଭାଣ୍ଡ।


ଆଧ୍ୟାତ୍ମିକ ଚିନ୍ତନ ରେ, ସେ ଶ୍ରୀମା

ସେବାରେ ମଦର ଟେରେସା

ଶତୃ ସମ୍ମଖରେ,ସେ ଝାନସୀ ରାଣୀ ଲକ୍ଷ୍ମୀ ବାଇ।


ସନ୍ତାନ ର,ସବୁ ଅଳିଆ ଆବର୍ଜ୍ଜନା ଭରା ନଳାକୁ,

ନିଜର ମହାନତାରେ,

ନିର୍ଦ୍ଵନ୍ଦରେ,ନିଜ ଦେହରେ ବୋଳି ହେଉଥିବା, 

ସ୍ନେହ ଅନ୍ଧୁଣୀ,ପବିତ୍ର ଗଙ୍ଗା।


ଧର୍ମ ର ଜୟ ହେବାର, ନିଷ୍ଠୁର ଆଶିର୍ବାଦ,

ଦେଉଥିବା,ମାତା ଗାନ୍ଧାରୀ।


ସନ୍ତାନ ସୁଖରେ,ସେ,

ଦୁର୍ଗତି ନାଶିନୀ, ତ୍ରୀଶୂଳ ଧାରିଣୀ, ମା ଦୁର୍ଗା।


ଖାଦ୍ୟ,ବସ୍ତ୍ର, ମହୌଷଧି ଯୋଗାଉଥିବା,

ମା ଲକ୍ଷ୍ମୀ, ସର୍ବଂସହା ବସୁଧା

ବାତ୍ସଲ୍ୟ ମମତାର ପୁଞ୍ଜିପତି ସେ।


ଚିର ଅକ୍ଷୁର୍ଣ୍ଣ ତାର ସ୍ନେହ।

ଚିର ଜାଗ୍ରତ ତାର ସୁରକ୍ଷା ଚକ୍ର।

ଚିର ବନ୍ଦନୀୟା,ଚିର ପୂଜନୀୟା ,

ଚିର ସ୍ମରଣୀୟା, ଜନନୀ ସେ।


ସେ ଶଦ୍ଦ ନୁହେଁ।

ଏକ ଅସମାପ୍ତ ଅଭିଧାନ।


ସ୍ମୁତି ନୁହେଁ,ଏକ ଅସରନ୍ତି ଅନୁତାପ,

ଅବଶୋଷ ଭରା କରୁଣ ନିର୍ଝର

ଯାହାର,ଅବସ୍ଥିତି ବିନା, ସଂସାର ର କଳ୍ପନା,

ଏକ ସମାହିତ ପ୍ରଶ୍ନବାଚୀ

ହେ ମା ! ତୋତେ କୋଟି ପ୍ରଣାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational