ମା
ମା
ମାଆର ମମତା ପରା ଅମୂଲ ମୂଲ
ଦେଇକେ ପାରିବ ତା'ମମତାର ମୂଲ
ନିଜକୁ ଜଳାଇ ସିଏ ପିଲାଙ୍କୁ ହସାଏ
ନ ଖାଇ ନ ସଞ୍ଚି ସେତ ସଭିଙ୍କୁ ଖୁଆଏ
ସେତ ଦୁଖଃ ଜହରକୁ ପିଏ
ସେତ କଷ୍ଟ ଯନ୍ତ୍ରଣାକୁ ସହେ
କେହି କେବେ ହେବନାହିଁ ମାଆର ତୂଲ
ସ୍ନେହର ସେ ଗନ୍ତାଘର ଆଦରର ମାଳୀ
ପିଲାଙ୍କୁ ଗଢିବା ପାଇଁ କରେ ମିଠା ଗାଳି
ସିଏ ଆଶୀର୍ବାଦ ଦିଏ ଢାଳି
ସିଏ ପଡିଗଲେ ଧରେ ତୋଳି
କିଏ ଅବା ହେବ ତା' ପଣତର ତୂଲ
ବଡ଼ହେଲେ ପିଲା ଯଦି ଗାଳିକରେ ତାକୁ
ଝରାଏନି ଲୁହ ଢୋକି ଦିଅଇ କୋହକୁ
କାଳେ ହେବ ତାର ଅମଙ୍ଗଳ
କାଳେ ସୁଖରେ ଆସିବ କାଳ
କିଏ ଦେବ କହ ମା'ର ପ୍ରେମର ମୂଲ
କିଏ ସେ ବୁଝୁଛି ଆଜି ମାଆର ଆଦର
ଡେଣା ଲାଗିଗଲା ପରେ ମାଆ ସାତପର
ତା'ର ଜୀବନରେ ସୁଖ ନାହିଁ
ତା'ର ମମତାର ମୂଲ ନାହିଁ
ଧନ କିବା ହୋଇପାରେ ମାଆର ତୂଲ
