STORYMIRROR

Kumar Mrutyunjay

Abstract

3  

Kumar Mrutyunjay

Abstract

ମା'

ମା'

1 min
11.7K

କଣ ମୁଁ ଲେଖିବି 

କଣ ବା ଲେଖି ପାରିବି 

କଣ ମୁଁ ଭାବିବି 

କଣ ବା ଭାବି ପାରିବି!


ତୋ'ସ୍ନେହ ତୋ'ମମତା 

ପାରିବିନି କେବେ ସୁଝି 

ତୋ'କୋଳ ତୋ'କରୁଣା 

ପାରିବିନି କେବେ ବୁଝି!


ଅଥଳସାଗର ଅମୃତଝର 

ଝରେ ଝରଝର ଯେଣୁ 

ତୋ'ଶିକ୍ଷା ସଂସ୍କାର ସଂସ୍କୃତି 

ପାଇ ପୃଷ୍ଟ ଏଇ ତନୁ!


ପଣତକାନି ତୋ' ପରେମ ଚାଦର

ବକ୍ଷ ତୋ' ବିଶାଳ ଧାରା 

ସେଠିଥିଲେ ଅବା ଡରିବି କାହାକୁ 

ତୁ ମୋ' ବଜ୍ର ଢାଲ ପରା!


ଜନ୍ମରୁ ଦେଖିଛି କେତେ ରୂପ ତୋର

କେତେ ତୋ ବୁକୁର କୋହ 

ତଥାପି ଓଠରେ ହସ ଫୁଟାଇ ତୁ 

ଦେଇଚୁ ଅମାପ ସ୍ନେହ!


କେତେ ବା ଲେଖିବି 

କେତେ ବା ଗାଇବି 

ତୋ'ର ଏ ଗୁଣଗାରିମା 

ମୁଇଁ ଛାର ନର 

ବାଳୁତ ତୋହର 

ଦୋଷ ଥିଲେ କର କ୍ଷମା!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract