STORYMIRROR

Tapaswini DashSarangi

Abstract Inspirational

3  

Tapaswini DashSarangi

Abstract Inspirational

ମା'ଶବ୍ଦର ଅର୍ଥ

ମା'ଶବ୍ଦର ଅର୍ଥ

1 min
12.3K

କେଉଁ ରୂପେ ବର୍ଣ୍ଣିବି ମା' ଶବ୍ଦଟିକୁ

          ଖୋଜିଗଲି ଅଭିଧାନ

ନିରାଶ ହୋଇଲି ହତାଶେ ଫେରିଲି

          ସନ୍ତାପିତ ହେଲା ମନ।

କେତେ ଥର ପୁଣି ଲିଭଉଥିଲି ମୁଁ

         ଚିରିଲି କାଗଜ କେତେ

ମାଆ ଶବଦକୁ ସଜାଇ ନ ପାରି

        ଆନମନା ହେଲି ସତେ।

ଭଗବାନଙ୍କୁ ଯେ ନେହୁରା ହୋଇଲି

        ଆହେ ପ୍ରଭୂ କୃପା କର

କେମିତି ବୁଝିବି ମାଆର ଗାଢ୍ୟତା

         ବୁଝାଅ ଗୋଟିଏ ଥର।

ସଂସାର କରତ୍ତା ପ୍ରଭୂ ଅନ୍ତର୍ଯ୍ୟାମୀ

         କହିଲେ ବୁଝେଇ ମୋତେ

ମୁଁ ନିଜେ ଖୋଜୁଛି ମାଆର ଅର୍ଥକୁ

         ମିଳୁନି ଶବଦ ମୋତେ।

ହସିଲି କହିଲି ଆହେ ଜନାର୍ଦ୍ଦନ

        ତୁମେ କି ଉତ୍ତର ଦେବ

ତୁମର ଠିକଣା ମାଆ'ଠୁ ପାଇଛି

          ସିଏ ହିଁ ସଂସାରେ ସର୍ବ।

ଶେଷରେ ବୁଝିଲି ଆଦ୍ୟ ଅଟେ ମାଆ

         ଅଟେ ସେ ଅମୂଲ ମୂଲ

ତାହାର ସ୍ଥାନକୁ କେହି ସରି ନୁହେଁ

        ସରଗ ନୁହେଁ ତା ତୂଲ।

ଆକାଶଠୁ ବଡ଼ ତାହାର ପଣତ

     ତା ଧୈର୍ଯ୍ୟ ପୃଥିବୀ ପରି

ସାରା ଦୁନିଆରେ କେହି ହେବେ ନାହିଁ

        ମାଆ ଶବ୍ଦ ଠାରୁ ସରି।        


Rate this content
Log in

Similar oriya poem from Abstract