STORYMIRROR

Suresh chandra Padhy

Fantasy

4  

Suresh chandra Padhy

Fantasy

ମା ର ଲୁହ

ମା ର ଲୁହ

1 min
307

କବିତା,ମା ର ଲୁହ


ମା କେତେ ସେବା କରିଛୁ ମୋତେ

ମୋ ପାଇଁ ତୋ ଆଖିରୁ ଲୁହ ଝରିଛି କେତେ

ମତେ କିଏ ଗାଳି ଦେଲେ ତୁ ଆସୁ ଚାଲି

ମୋ ପାଇଁ ତୋ ଆଖିରେ ଲୁହ ଆସେ ଖାଲି

ମୋ ଦେହ ପାଇଁ କେତେ ଚିନ୍ତା କରିଛୁ

ତୋ ଆଖିର ଲୁହ କେତେ ଝରାଇଛୁ

ଦିନୁଟେ ତୋ ଆଖିରୁ ହୋଇଲେ ଦୂର

ମୋ ବିନା ତୋ ଆଖିରୁ ଝରେ ଲୁହ ଧାର

ତତେ ନ କହି ମୁ ଘରୁ ଚାଲି ଗଲେ

ତୋ ଆଖିର ଲୁହ ଖାଲି ବହି ଚାଲେ

ମୋ ପାଇଁ ତୁ ଏତେ ହେଲୁ ଆପଣର

ସହି ପାରେ ନାହିଁ ତୋର ଲୁହ ର ଧାର

ମୋ ଦୁଃଖ ଦେଖି ତୋ ମନେ ଆସେ କୋହ

ଲୁଚି ଲୁଚି ତୁହି ଢାଳୁ ତୋ ଆଖିର ଲୁହ

ମୋ ଅନ୍ତର ସିନା ବୁଝି ଏକା ପାରୁ

କେତେ ଲୁହ ଢାଳି ମମତା କରୁ

ଧନ ସମ୍ପତ୍ତି ତୁ ଚାହୁଁ ନାହୁଁ କିଛି

ମୁଁ ତୋର ସବୁ କିଛି ଲୁହ ତୋର କହୁଛି

ମା ବିନା ସାହା ଆଉ କିଏ ହେବ ମୋର

ସହି ପାରେ ନାହିଁ କେବେ ଲୁହ ଦେଖି ତୋର

ତୋ ଆଗେ ମୋର ଜୀବନ ବିତି ଯାଉ

ମୋ ପାଇଁ ତୋର ଝରାନି ଲୁହ କୁ ଆଉ



Rate this content
Log in

Similar oriya poem from Fantasy