STORYMIRROR

Aparajita Parida

Fantasy Inspirational

4  

Aparajita Parida

Fantasy Inspirational

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
330

ତୁ ମନେ ପଡୁ କାଇଁ ସବୁ ବନ୍ଧନ କୁ ଡେଇଁ

ସବୁ ସ୍ମୃତି ସାଥେ ନେଇ ସମ୍ପର୍କ ର ନଦୀ ତୀରେ

ସାଥିରେ........ ସାଥିରେ.....ତୁ ଆ ଧୀରେ

ଆଉ କେଇ ଘଡି ବଞ୍ଚି ଯିବିରେ....

ଏବେ ଵି ଝୁରୁଛି କାଇଁ ତୋତେ ରେ.....

ସେଇ ସମ୍ପର୍କ ର ନଦୀ ତୀରେ.........। (1)


ତୁ ଭିଜୁ ଥିଲୁ ମୁଁ ଭିଜୁଥିଲି ବିନା ଶ୍ରାବଣ ରେ

ତୁ ହସୁଥିଲୁ ମୁଁ ହସୁଥିଲି ବିନା କାରଣ ରେ

ସାଥିରେ.... ସାଥିରେ....

ଭଲ ପାଉଥିଲୁ ଜହ୍ନ ତାରା ସାକ୍ଷୀ ରେ...

ଦିନେ ନ ଦେଖିଲେ କେତେ ଅଭିମାନ ରେ...

ଋଷୁ ଥିଲୁ.....

ସେଇ ସମ୍ପର୍କ ର ନଦୀ ତୀରେ.........। (2)


ଆଖିରେ ତୁ ଡାକି ନେଲୁ କିମିଆ ରେ ବାନ୍ଧି ଦେଲୁ

ହାତରେ ମୋ ହାତ ରଖି ସପନ ତୁ ଦେଖେଇଲୁ

ସାଥିରେ... ସାଥିରେ.....

ପ୍ରେମ ରେ ଭିଜେଇବୁ କହି ଥିଲୁ ଆଖିରେ.....

 କୋଉଟି ତୁ ଲୁଚିଗଲୁ ମୋ କଣ୍ଢେଇ ବର ରେ....

କଥା ଦେଇ ଥିଲୁ.....

ସେଇ ସମ୍ପର୍କ ର ନଦୀ ତୀରେ.......। (3)


ତୋ ମୋ ଦୁଇ ହୃଦୟେ ଦୂରତା ନ ଥିଲା

ଭାରି ଭଲ ତୁ ଥିଲୁ ଏମିତି କେମିତି ହେଲା

ସାଥିରେ..... ସାଥିରେ..

...କହିଥିଲୁ ସଜେଇବୁ ତୋ ପ୍ରୀତି ଫୁଲ ରେ....

ହାତ କୁ ଛାଡ଼ି ଦେଲୁ ମୋତେ ଭୁଲି ଗଲୁ ରେ...

ଠକିବୁନି ବୋଲି....

ସେଇ ସମ୍ପର୍କ ର ନଦୀ ତୀରେ.....। (4)


ଅଭିମାନ କରିନି ରେ ନାହିଁ ଅଭି ଯୋଗ

ମିଳି ଥାନ୍ତୁ ଯଦି ମୋତେ ହେଇ ଥାନ୍ତା ସ୍ୱର୍ଗ

ସାଥିରେ...... ସାଥିରେ.....

ଯୋଉଠି ତୁ ଥା ସାଥି ଥିବୁ ଭଲ ରେ...

ନ ମିଳିଲୁ ଦୁଃଖ ନାହିଁ ଏ ଜନ୍ମ ରେ....

ତଥାପି ଅପେକ୍ଷା.....

ସେଇ ସମ୍ପର୍କ ର ନଦୀ ତୀରେ.........। (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy